ଜିଲ୍ଲା ସ୍ତରୀୟ ଜଳଶକ୍ତି ଅଭିଯାନ ସମୀକ୍ଷା ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରୀୟ ଜଳଶକ୍ତି ଅଭିଯାନର ନୋଡାଲ ଅଫିସରଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ଜିଲ୍ଲା ଜଳଶକ୍ତି ଅଭିଯାନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାରେ ଜଳଶକ୍ତି ଅଭିଯାନର ୩ବର୍ଷର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇ ଥିଲା । ସମଗ୍ର ଦେଶରେ ଜଳ ସଙ୍କଟ ଲାଗି ରହିଥିବା ଜିଲ୍ଲାମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ଅନ୍ୟତମ ଜିଲ୍ଲା ଭାବେ ମିଶନ ପକ୍ଷରୁ ଚିହ୍ନଟ କରାଯାଇଛି । ଭୂତଳ ଜଳସ୍ତରର କ୍ରମାନ୍ୱୟ ହ୍ରାସ, ପ୍ରାୟ ୫ଟି ବ୍ଲକରେ ପାନୀୟ ମଧୁର ଜଳର ଉତ୍ସ କ୍ରମଶଃ ସଙ୍କୁଚିତ ହେବା ସହ ଲୁଣି ପାଣି ମାଡିଯିବା ପ୍ରଭୃତି ସମସ୍ୟା ଥିବାରୁ ଜନ ସାଧାରଣଙ୍କୁ ଜଳକଷ୍ଟରୁ ରକ୍ଷା କରିବା ପାଇଁ ଜଳ ସଂରକ୍ଷଣ ଓ ବର୍ଷାଜଳ ଗଚ୍ଛିତ କରି ରଖିବା ସହ ପାରମ୍ପରିକ ଜଳାଶୟ ଯଥା ପୋଖରୀ, ଗଡିଆ ଗୁଡିକର ପୁନରୁର୍ଦ୍ଧାର କରିବା ସହ ନଦୀନାଳ ଗୁଡିକର ଜଳ ଧାରଣ କ୍ଷମତା ବୃଦ୍ଧିକରି ଜିଲ୍ଲାର ମଧୁର ଜଳ ଆବଶ୍ୟକତା ସମସ୍ୟାକୁ ସମାଧାନ କରିବା ନିମନ୍ତେ କେଉଁ କେଉଁ କାର୍ଯ୍ୟ କରାଯାଇଛି ସେ ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମନ୍ଦରଧର ମଲିକ, ପଟ୍ଟାମୁଣ୍ଡାଇ ପୈାରନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ, କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ଜିଲ୍ଲାର ୯ଟି ବ୍ଲକର ବିଡିଓ ଏବଂ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ