ସମାଜ ପାଇଁ ଉତ୍ସର୍ଗିକୃତ ସ୍ୱାମୀ ତ୍ସୀଙ୍କୁ ରାଷ୍ଟ୍ର ସେବକ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସ୍ୱାମୀ ଓ ତ୍ସୀ ଉଭୟ ପରିବେଶ ପାଇଁ ଉତ୍ସର୍ଗିକୃତ କାର୍ଯ୍ୟ କରୁଥିବାରୁ ତାଙ୍କୁ ରାଷ୍ଟ୍ର ସେବକ ସମ୍ମାନ ପ୍ରଦାନ କରାଯାଇଛି । ଆନ୍ତଃରାଷ୍ଟ୍ରୀୟ ବସୁନ୍ଧରା ପରିବାର ପକ୍ଷରୁ ଉତ୍କଳପ୍ରାନ୍ତ ସମିତି ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ପୁରଷ୍କାର ଗ୍ରହଣ କରିଛନ୍ତି ମୁମ୍ବାଇ ଓଡିଆ ମହାସଂଘର ସଭାପତି ଡ. ବିପିନ ମିଶ୍ର ଓ ତାଙ୍କ ପତ୍ନୀ ଡ. ଶୁକାନ୍ତି ମିଶ୍ର । ଉଭୟ ବିବାହ କରିବା ପରେ ଗଛ ଲଗାଇବା, ଗଛର ଯତ୍ନ ନେବା, ଲୋକଙ୍କୁ ପରିବେଶ ସମ୍ପର୍କରେ ସଚେତନ କରିବା ଓ ସାମୂହିକ ଭାବେ ବୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ନେବା ସହ ଚିକିତ୍ସା ପାଇଁ ମୁମ୍ବାଇ ଯାଉଥିବା ଓଡ଼ିଆଙ୍କୁ ସହାୟତା ପ୍ରଦାନ କରନ୍ତି । ନିକଟରେ ଉଭୟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ସମ୍ମାନ ପାଇ ଉଦହାରଣ ପାଲଟିଛନ୍ତି । ତାଙ୍କୁ ଆନ୍ତଃରାଷ୍ଟ୍ରୀୟ ବସୁନ୍ଧରା ପରିବାର ପକ୍ଷରୁ ସମ୍ମାନ ପ୍ରଦାନ ବେଳେ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଗୁରୁଜୀ ଆଶୁତୋଷ, ୟୁପିର ପୂର୍ବତନ ମୁଖ୍ୟ ଶାସନ ଚସିବ ଜଗନ୍ନାଥ ସିଂ, କର୍ଣ୍ଣେଲ ଉମାକାନ୍ଥ ମିଶ୍ର, ଇଂ ବିପିନ ନାୟକ, ଅଧିବକ୍ତା କିଶୋର ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇଥିଲେ । ଏହାକୁ ବସୁନ୍ଧରା ପରିବାର ସଦସ୍ୟମାନେ ପରିଚାଳଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ