ଉପନିର୍ବାଚନ ନିମନ୍ତେ ନିର୍ବାଚନୀ ସାଧାରଣ ସଭା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନଂ ଜୋନ ଜିଲ୍ଲାପରିଷଦ ଉପନିର୍ବାଚନ ନିମନ୍ତେ ନଭେମ୍ବର ୨୭ତାରିଖ ଠାରୁ ଭୋଟମତଦାନ ପାଇଁ ତାରିଖ ଧାର୍ଯ୍ୟ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସେମାନଙ୍କର ପ୍ରାର୍ଥୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରଚାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଦଳୀୟ ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କ ନିମନ୍ତେ ଏକ ନିର୍ବାଚନୀ ସାଧାରଣ ସଭା ଚମାଖଣ୍ଡି ସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଚମାଖଣ୍ଡି ଜୋନାଲ ସହ-ସମ୍ପାଦକ ଗୁରୁନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗଂଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ୍.ଗିରିଜା ପ୍ରସାଦ ରେଡ୍ଡୀ, କାମଦେବ ନାହାକ, କେଶବ ନାହାକ, ସିଏଚ୍. ସତ୍ୟ ନାରାୟଣ ରେଡ୍ଡୀ, ସିମାଞ୍ଚଳ ମହାରଣା, ଗଣେଷ ରେଡ୍ଡୀ, ଏନ୍. ପାଣ୍ଡେୟା ରେଡ୍ଡୀ, ଉକ୍ରଳ ମହିଳା ସମିତିର ଉପସଭାନେତ୍ରୀ ଏନ୍.ଭାନୁମତୀ ରେଡ୍ଡୀ, ୧୯ନଂ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କ ସମେତ ଜୋନ ର୍ ୬ଟି ପଞ୍ଚାୟତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଶେଷରେ ଚମାଖଣ୍ଡି ଜୋନାଲ ସମ୍ପାଦକ ଶ୍ରୀ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭ ରେ ଜିଲ୍ଲା ସହ-ସମ୍ପାଦକ ଶ୍ରୀ ଦାଶ ନିର୍ବାଚନ ପରିଚାଳାନ ନିମନ୍ତେ କମିଟି ମାନଙ୍କ ନାମ ଘୋଷଣା କରିଥିଲେ ।


