ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜୈନିକ ଠିକାଦାରଙ୍କୁ ବଟିମାଗିବା ସହ ତାଙ୍କ ନିକଟରେ ଥିବା ହଜାରଟଙ୍କା ଓ ଏକ ସୁନାଚେନ ଛଡାଇ ନେଇ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ ଟାଉନଥାନା ଅନ୍ତର୍ଗତ ମହିପାଳ ଗ୍ରାମର ସୂର୍ଗତ ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ପୁଅ ସାଗର ମହାନ୍ତି(୨୮) ଗତ ୧୪ତାରିଖ ରାତି ପ୍ରାୟ ୯ଟା ସମୟରେ ଘରୁ ବସଷ୍ଟାଣ୍ଡ ଆଡକୁ ବାଇକରେ ଆସୁଥିବା ବେଳେ ନୂଆ ବସଷ୍ଟାଣ୍ଡ ମଦବାର ନିକଟରେ ଦୀପକ ମାନସିଂ ବାଇକକୁ ଅଟକାଇ ସାଗରକୁ ଏକ ଶକ୍ତ ଚାପୁଡା ମାରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଭାଇ ଡାକୁଛି ଭିତରକୁ ଚାଲ ବୋଲି କହିଥିଲେ । ସାଗର ଏହାର ପ୍ରତିବାଦ କରିବାରୁ ତାଙ୍କ ଗାଡିଚାବି ସହିତ ପକେଟରେ ଥିବା ଏକହଜାର ଟଙ୍କା ଦୀପକ ଛଡାଇନେଇଥିବା ସାଗର ଅଭିଯୋଗ କରିଛନ୍ତି । ସାଗର ଦୀପକ କଥା ନଶୁଣିବାରୁ ମଦବାର ଭିତରୁ ଚାଟରାପାଟଣା ଗ୍ରାମର ଅଶୋକ କୁମାର ଲେଙ୍କା,ଚିତରଞ୍ଜନ ଲେଙ୍କା ଓ ମାନସ ମଲିକ ଆସି ସାଗରକୁ ସଙ୍ଘବଦ୍ଧ ଭାବେ ସାଗରକୁ ବଣିଆମାଳ ଗ୍ରାମ ଭିତରକୁ ଘୋଷାଡି ନେଇ ସେଠାରେ ଗୋଇଠା,ବିଧା,ଚାପୁଡା ଓ ଧକ୍କା ମାରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ସାଗରଙ୍କ ଠାରୁ ମାସିକ ୫ହଜାର ଟଙ୍କା ବଟି ଦାବି କରିଥିଲେ । ଏକ ଧାରୁଆ ଅସ୍ତ୍ରରେ ସାଗର ପିଠିକୁ ଆଘାତ କରିବା ସମୟରେ ଦୀପକ ସାଗର ଠାରୁ ଏକ ସୁନାଚେନ ଛଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ସେମାନଙ୍କ ନାମରେ ବିଭିନ୍ନ ସଂଗିନ ମାମଲା ରହିଛି ଏବଂ ସେମାନଙ୍କର କେହି କିଛି କରିପାରିବେନି ବୋଲି ସାଗରକୁ ସେମାନେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସାଗରଙ୍କ ଅଭିଯୋଗକୁ ଆଧାରକରି ଟାଉନ ଥାନାରେ ୨୨୪/୨୦୧୯ରେ ଆଇ.ପି.ସି.ର ଦଫା ୩୪୧, ୩୨୩, ୩୨୪, ୨୯୪, ୩୭୯, ୩୮୫, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ