ଛତ୍ରପୁର ଷ୍ଟାଡିୟମ ଠାରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଷ୍ଟାଡିୟମ ପରିସରରେ ସୁପର ମାର୍କେଟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ଏବଂ ଆଖପାଖ ଅଂଚଳର ବହୁ ଯୁବକ ଯୁବତୀ, ଅବସରପ୍ରାପ୍ତ ସେନା କର୍ମଚାରୀ ଓ ବିଭିନ୍ନ ବର୍ଗର ଲୋକମାନେ ଉପସ୍ଥିତ ରହି ଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯୋଗ ଗୁରୁ ରାମକୃଷ୍ଣ ମହାପାତ୍ର ଯୋଗ ଶିକ୍ଷା ଦେବା ସହ ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବ ବୋଲି କହିବା ସହ ଏହାର ଉପକାରୀତା ବିଷୟରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁପର ମାର୍କେଟର ମାଲିକ ବି. ଶଙ୍କର ରେଡ୍ଡୀ, ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଯୁବ ନେତା କେ. ଚନ୍ଦ୍ର ଶେଖର ରେଡ୍ଡୀ, ମହେଶ୍ୱର ତରାଇଙ୍କ ସମେତ ବହୁ ଯୁବକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।