୮ମ ଅନ୍ତର୍ଜାତୀୟ ଯୋଗ ଦିବସ : ସୁସ୍ଥ ଓ ସମୃଦ୍ଧ ଜୀବନ ପାଇଁ ଯୋଗାଭ୍ୟାସ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ୮ମ ଅନ୍ତର୍ଜାତୀୟ ଯୋଗଦିବସ ଭୁବନେଶ୍ୱର ଉପକଣ୍ଠ ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିିଜିନେସ୍ ଆଡ୍‌ମିନିଷ୍ଟ୍ରେସନ୍ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏକ ସୁସ୍ଥ ଓ ସମୃଦ୍ଧ ଜୀବନ ପାଇଁ ପ୍ରତିଦିନ ଯୋଗାଭ୍ୟାସ କରିବା ଗୁରୁତ୍ୱପୂର୍ଣ୍ଣ । ସାମ୍ପ୍ରତିକ ସମୟରେ ଯୁବଗୋଷ୍ଠୀ ଯୋଗ କରିବା ପାଇଁ ଆଗେଇ ଆସିବା ଦରକାର । ଯୋଗ ମାଧ୍ୟମରେ ଶରୀର ଓ ମନର ସମନ୍ୱୟ ରକ୍ଷା ସହିତ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ଘଟି ଅନେକ ପ୍ରକାର ରୋଗର ପ୍ରାଦୁର୍ଭାବରୁ ମୁକ୍ତି ମିଳିଥାଏ । ମାନସିକ ସ୍ଥିତିର ବିକାଶ ଘଟିଥାଏ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ସଂଗଠନର ଉପନିର୍ଦ୍ଦେଶକ ବିମଲ ପାଟ୍ରିକ ଶାହା, ସହ ନିର୍ଦ୍ଦେଶକ ଶକ୍ତିସ୍ୱରୂପ ସିଂ, ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାର, ନିସ୍ ଗ୍ରୁଫ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ପ୍ରତିଷ୍ଠାତା ସୁବାସ ଚନ୍ଦ୍ର ନାୟକ, ଏକାଡ଼େମୀକ୍ ଆଡ଼ଭାଇଜର ପି. କେ. ତ୍ରିପାଠୀ, ଭାରତୀୟ ଯୋଗ ସଂସ୍ଥାନର ସଭାପତି ରାମକିଶୋର ଶର୍ମା, ନାବାର୍ଡ଼ ଭୁବନେଶ୍ୱରର ଅବସରପ୍ରାପ୍ତ ଏଜିଏମ୍ ବିଧୁଭୂଷଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏକଶହରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ କୁଳମଣି ମଲ୍ଲିକ, ପ୍ରଫୁଲ୍ଲ ଡ଼ାକୁଆ, ଶୁଭେନ୍ଦ୍ରନାଥ ସାହୁ ଏବଂ କୈଳାସ ଚନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ