‘ଆଦିତ୍ୟ ଯୋଗ ସେଣ୍ଟର’ପକ୍ଷରୁ ଯୋଗ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :-‘ଆଦିତ୍ୟ ଯୋଗ ସେଣ୍ଟର’ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ହୋଟେଲ ଫାଣ୍ଟସି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଯୋଗ ପ୍ରଶିକ୍ଷକ ଗୌରାଙ୍ଗ ବିନ୍ଧାଣୀ ଏଥିରେ ପୌରୋହିତ୍ୟ କରିବା ସହିତ ଯୋଗ ଦିବସ ପାଳନର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ଯୋଗ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ନିରୋଗ ଶରୀର ଗଠନ ସାଙ୍ଗକୁ ସଂଯମ ଆଚରଣ ଓ ବିକଶିତ ମାନସିକତା ପାଇଁ ଯୋଗ ବିଶ୍ୱକୁ ପ୍ରାଚୀନ ଭାରତୀୟ ସଂସ୍କୃତର ଅବଦାନ ବୋଲି ସେ ମତ ପ୍ରକାଶ କରିଥିଲେ । ‘ଇସ୍କନ’ର ରେମୁଣା ଶାଖା ଉପ-ସଭାପତି ପ୍ରବୀଣ କୃଷ୍ଣ ଦାସ ଓ ମନୋରଞ୍ଜନ ପଣ୍ଡା ଏଥିରେ ସମ୍ମାନିତ ଅତିଥିଭାବ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଆଦିତ୍ୟ ଯୋଗ ସେଣ୍ଟର ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଆୟୋଜିତ ଶିବିରରେ ସହରର ବିଭିନ୍ନ ଅଞ୍ଚଳରୁ ବହୁ ବ୍ୟକ୍ତି ଯୋଗଦେଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ ।


