ରାୟଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସମେତ ବ୍ଲକର ବିଭିନ୍ନ ସ୍ଥାନରେ ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ରାୟଗଡ଼ ସରସ୍ଵତୀ ଶିଶୁ ମନ୍ଦିରରେ ଠାରେ ଅଷ୍ଟମତମ ଆନ୍ତର୍ଜାତୀୟ ଯୋଗ ଦିବସ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା l ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ପ୍ରଯ୍ଯା ବରୁଣ ପ୍ରମୁଖ ପ୍ରସାଦ ଘଡାଇ ଙ୍କ ନେତୃତ୍ବରେ ଉକ୍ତ କାର୍ଯ୍ୟକ୍ରମରେ ହୋଇଥିଲା l ସ୍ଵୟଂସେବକ ଜୟଦେବ ଶବର ଯୋଗ ପ୍ରଶିକ୍ଷଣ ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍ଵୟଂସେବକ, ଅଭିଭାବକ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l  ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ମାନେ ପରିଚାଳନାରେ ସହଯୋଗ କରିଥିଲେ I ସେହିପରି ସେବକପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପର୍ଶୁରାମ ପ୍ରଭାତ ଶାଖା ପକ୍ଷରୁ ମହାବିଦ୍ୟାଳୟ ପ୍ରମୁଖ ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ବରେ ଯୋଗ ଦିବସ ପାଳିତ ହୋଇଯାଇଛି l ସେହିପରି ସରକାରୀ ନୀଳମଣି ଉଚ୍ଚ ବିଦ୍ୟାଳୟ ନାରାୟଣପୁର ଠାରେ ମଧ୍ୟ କ୍ରୀଡା ଶିକ୍ଷକ ପ୍ରିୟଦର୍ଶି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କ ନେଇ ଯୋଗ ଦିବସ ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ