ସରକାରୀ ଡାକ୍ତରଖାନାରେ ମ୍ୟାଲେରିଆ ନିରାକରଣ ମାସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ମ୍ୟାଲେରିଆ ନିରାକରଣ ମାସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା. ଏ. ପଟ୍ଟନାୟକ, ଡିପିଏଚଓ ଡା. ମିର୍ଜା ବାବର ବେଗ, ଡା. ସଚିଦାନନ୍ଦ ମିଶ୍ର, ଡା. ନୃପେନ ଶତପଥୀ, ଡା. ପି.କେ. ଦାସ ପ୍ରମୁଖ ଯୋଗ ଦେଇ କୈାଣସି ବ୍ୟକ୍ତି ଦକ୍ଷିଣ ଆଫ୍ରିକା ବା ଅନ୍ୟ କୈାଣସି ରାଷ୍ଟ୍ର ବା ଦେଶରୁ ଫେରିଥିଲେ ସେମାନଙ୍କର ମ୍ୟାଲେରିଆ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଆଇସୋଲେସନରେ ରଖାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ସ୍ତରରେ ମ୍ୟାଲେରିଆ ନିରାକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କୈାଣସି ମ୍ୟାଲେରିଆ ରୋଗୀ ଚିହ୍ନଟ ହେଲେ ତାଙ୍କର ସଂପୂର୍ଣ୍ଣ ପରୀକ୍ଷା କରି ଚିକିତ୍ସାରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳ ର ଚିକିତ୍ସା ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ