ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ଗୋପାଳପୁର ମଲଉସାହି ର ପଞ୍ଚୁକାଣ୍ଡି ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ବାସଗୃହ ସମେତ ସମସ୍ତ ଆସବାବପତ୍ର ଭସ୍ମୀଭୂତ ହୋଇଯାଇଛି । ଖବର ପାଇ ନିମାପଡ଼ା ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ବ୍ରହ୍ମକୁଣ୍ଡି ରାଜସ୍ବ ନୀରିକ୍ଷକ ଘଟଣାସ୍ଥଳ ରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ତହସିଲ କୁ ରିପୋର୍ଟ ଦେଇଛନ୍ତି ।ଚାରିଛକ ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ନାୟକ, ସରପଂଚ ଚାରୁଲତା ବେହେରା, ପଞ୍ଚାୟତ ସଭାପତି ରମା ରମଣ ଦେବ ପାତ୍ର ,ଯୁବନେତା ପ୍ରଶାନ୍ତ ବେହେରା, ମହେନ୍ଦ୍ର ନାୟକ ପ୍ରମୁଖ ଘଟଣାସ୍ଥଳ କୁ ଆସି କ୍ଷତିଗ୍ରସ୍ତ ଲୋକ କୁ ଆଶ୍ଵାସନା ଦେଇ ଫେରିଛନ୍ତି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି । କ୍ଷତିଗ୍ରସ୍ତ ପରିବାର ଅତି ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ ଲାଗି ଦାବି କରିଛନ୍ତି ।


