ପେସାରେ ଡାକ୍ତର ନିଶାରେ କଳାକାର
କୋଦଳା, (ଗୁଲସନ୍ କୁମାର କର) :-ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟରତ ଆୟୁଷ ଡାକ୍ତର ଜୟଦେବ ନାୟକ ପେଶା ରେ ଜଣେ ଡାକ୍ତର ହେଲେ ବି ନିଶା ରେ ଜଣେ ନାଟକ କଳାକାର । ଏହି ନିଆରା ନିଶା ପାଇଁ ଅଂଚଳବାସୀ ଙ୍କ ପାଖେ ସେ ଆଜି ସୁପରିଚିତ।ଦିନ ରେ ରୋଗୀ ସେବା ହେଉ କି କରୋନା ଭଳି ମହାମାରୀ ରେ ଘର ଘର ବୁଲି ରୋଗୀ ସେବା ହେଉ ସବୁଠି ସେ ନିଜର ଦକ୍ଷତା ର ପରିଚୟ ଦେଇଥିବା ଡାକ୍ତର ଙ୍କ କିନ୍ତୁ ନାଟକ ଅଭିନୟ ପ୍ରତି ରହିଛି ଅହେତୁକ ରୁଚି । ଗତ ରଜ ସଂକ୍ରାନ୍ତି ରେ ନିଜ ଗ୍ରାମ ପଦ୍ମପୁର ନୂଆଗାଁ ରେ ମଞ୍ଚସ୍ତ ପୌରାଣିକ ନାଟକ ରାମାୟଣ ରେ ଦଶରଥ ଭୂମିକା ରେ ନିଖୁଣ ଅଭିନୟ କରି ଦର୍ଶକ ଙ୍କ ଖୁବ ମନୋରଞ୍ଜନ କରେଇଥିଲେ । ନାଟକ ଟି କୁ ବୁରୁଝରି ଗ୍ରାମ ର ପୂର୍ବତନ ଶିକ୍ଷକ ଶ୍ରୀ ବିଜୟ କୁମାର ମହାନ୍ତି ଲେଖିଥିଲା ବେଳେ ଏସ ଛଚିନା ଗ୍ରାମ ର ଶ୍ରୀ ଇନ୍ଦ୍ରମଣି ସାସମଲ ନିର୍ଦ୍ଦେଶନା ଦେଇଥିଲେ । ଏହା ପୂର୍ବରୁ ଡାକ୍ତର ମହାଶୟ ରାମାୟଣ ରେ ରାବଣ ଓ ହନୁମାନ ଭଳି ଭୂମିକା ରେ ଅଭିନୟ କରି ନିଜ କଳା ପ୍ରେମ ର ପରିଚୟ ଦେଇସାରିଛନ୍ତି । ଡାକ୍ତର ଜୟଦେବ ନାୟକ ପିଲା ଦିନ ରୁ ନାଟକ ପ୍ରତି ରୁଚି ଥିବା କଥା ପ୍ରକାଶ କରିଥିବା ବେଳେ ତାଙ୍କର ଶିକ୍ଷକ ତଥା ନାଟ୍ୟକାର ଶ୍ରୀ ବିଜୟ କୁମାର ମହାନ୍ତି ତାଙ୍କ ପ୍ରେରଣା ଓ ଉତ୍ସାହ ବୋଲି କହିଛନ୍ତି।ବିଶେଷ କରି ଶ୍ରୀ ବିଜୟ କୁମାର ମହାନ୍ତି ଙ୍କ ରଚିତ ନାଟକ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିବା ସେ ସ୍ଵୀକାର କରିଛନ୍ତି । ଭବିଷ୍ୟତ ରେ ନିଜ ଗୁରୁ ଙ୍କ ରଚିତ ମହାଭାରତ ନାଟକ ରେ ଦୁର୍ଯ୍ୟୋଧନ ଭୂମିକା ରେ ଅଭିନୟ କରିବାର ଆଶା ରଖିଛନ୍ତି ଡାକ୍ତର ଜୟଦେବ ନାୟକ ।


