ପ୍ରଶାସନ କହୁଛି ସବୁ ଠିକ୍ ହେଲେ ଲୋକେ ଏଠି ଜଳକା : ଗ୍ରାମବାସୀଙ୍କ ମୌଳିକ ସୁବିଧା କେବେ ହେବ ସମାଧାନ 

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର କୋଟି କୋଟି ଟଙ୍କା ରେ ପ୍ରତେକ ବର୍ଷ ପାଣି ରାସ୍ତା ଘାଟ ନିର୍ମାଣ ପାଇଁ ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି ହେଲେ ଜିଲ୍ଲା ଅଧିକାରୀ ଙ୍କ ନିଦା ବିଷ୍ଣୁ ପାଲଟିଥିବା ରୁ ବ୍ଲକ୍ ଅଧିକାରୀ ମାନେ ପିସି କାରବାର ରେ ଉବୁ ଡୁବୁ ଜନତା ଙ୍କ ଅଭିଯୋଗ ଗ୍ରହଣ ହେଉଛି ।  କିନ୍ତୁ କାମ ରେ ଲାଗୁନି କୋଣସୀ ଅଭିଯୋଗ ପତ୍ର ସେଭଳି ଘଟଣା ହେଉଛି । ଗଜପତି ଜିଲ୍ଲା ରେ  ବିଶୁଦ୍ଧ ପାନୀୟଜଳ ଯୋଗାଈ ଦେବାପାଇଁ ସରକାର ବସୁଧାଯୋଜନା କରୁଛନ୍ତି । କିନ୍ତୁ, ସେଥିମଧ୍ୟରୁ ବସୁଧା ଯୋଜନା ମାଧ୍ୟମରେ ରାଜକୋଷରୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା । ହେଲେ ଆଜିବି ଏମିତି କିଛି ସ୍ଥାନ ରହିଛି, ଯେଉଁଠିକା ଲୋକେ ବିଶୁଦ୍ଧ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ସରକାରଙ୍କ ବସୁଧା ଯୋଜନା ସତେ ଯେମିତି ଏଠାରେ ସାତ ଶପ୍ନ ପାଲଟିଛି ।   ।  ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକ୍ ଛେଳିଗଡ ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱ।ର୍ଡ ମନସିଂ ଓ କୁଲାପଥର ଗ୍ରାମର ଦୃଶ୍ୟ । ୟେ କୌଣସି ଅପହଞ୍ଚ ଇଲାକା ମଧ୍ୟ ନୁହେଁ । ଗାଁ କୁ ମାଟି ରାସ୍ତା ଦ୍ଵାରା ସଂଯୋଗ କରିଦେଇ ନିଦାବିଷ୍ଣୁ ଜିଲ୍ଲା ପ୍ରଶାସନ । ଉଭୟ ଗ୍ରାମରେ ୬୦ ରୁ ଉର୍ଦ୍ଧ୍ବ ପରିବାରର ୫ ଶହରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି । ହେଲେ ସ୍ୱାଧିନତାର  ବହୁ ବର୍ଷ ପରେ ମଧ୍ୟ ଏଠାରେ ଲାଗିରହିଛି I ପାନୀୟଜଳ ଓ ରାସ୍ତା ଘାଟ ପରିମଳ ବ୍ୟବସ୍ଥା ଭଳି ଅନେକ ମୌଳିକ ସମସ୍ୟା । ବିଶୁଦ୍ଧ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ପାନୀୟ ଜଳ ବ୍ୟବସ୍ଥା ରହିଛି କିନ୍ତୁ ତାହା ବସୁଧା ଯୋଜନା ରେ ନିର୍ମାଣ କରାଯାଇଥିବା ବ୍ୟବସ୍ଥା ନୁହେଁ । ଏଭଳି ଏକ ଦୂଷିତ ପୋଖରୀ ର ଜଳକୁ ପାଇପ୍ ଯୋଗେ ସିଧାସଳଖ ଗ୍ରାମକୁ ଜଳ ଯୋଗାଣ କରାଯାଇଛି । ତାହାବି ପାଇପ୍ ଯୋଗେ ଆସୁଥିବା ବେଳେ,  ପାଇପ୍ ରେ ବେଳେ ବେଳେ କାଦୁଅ ପଙ୍କ ଫସିଯିବା ଯୋଗୁଁ ଆସେନାହିଁ ପାଣି । ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ପାଖାପାଖି ଦୁଇ କିମି ଦୁର ଏଭଳି ଦୂଷିତ ପୋଖରୀରୁ ପାଣି ଛାଣି ଆଣି ପାନୀୟଜଳ ରୂପେ ବ୍ୟବହାର କରିବା ପାଇଁ ବାଧ୍ୟ ହୁଅନ୍ତି ଉଭୟ ମୁନିସିଂ ଓ କୁଲାପଥର ଗ୍ରାମବାସୀ। ସମସ୍ୟା ନେଇ ବିଭିନ୍ନ ସଭା ସମିତିରେ ବାରମ୍ବାର ସରକାରୀ ବାବୁ ଓ ନେତାଙ୍କୁ  ଗୁହାରି କରିଥିଲେ ମଧ୍ୟ ସେଥିପ୍ରତି କେହି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ ।  ଖାଲି ସେତିକି ନୂହେଁ, ଉଭୟ ଗ୍ରାମକୁ ଯିବାପାଇଁ ପକ୍କା ରାସ୍ତା ଟିଏ ନଥିବାରୁ । ପଥୁରିଆ ମାଟି ରାସ୍ତାରେ ଦୈନିକ ଯିବା ଆସିବା କରୁଥିବା ବେଳେ କାହିଁ କେଉଁ କାଳରୁ ନିର୍ମିତ ସି ସି ରୋଡ଼ ମଧ୍ୟ ଭାଙ୍ଗି ରୁଜି ନଷ୍ଟ ହୋଇଗଲାଣି । ହେଲେ, ” ବୋଝ ଉପରେ ଲଳିତ ବିଡା “ସଦୃଶ୍ୟ ବର୍ଷାଦିନ ହୋଇଗଲେ ଲୋକଙ୍କ ଅବସ୍ଥା କହିଲେ ନସରେ । ସ୍କୁଲ ପିଲା ଠାରୁ ଆରମ୍ଭ କରି ଜରୁରୀକାଳୀନ ରୋଗୀ ମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟତ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଥୁରିଆ ଘାଟି ରାସ୍ତା ଦେଇ ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର ହେଉଥିବାବେଳେ, ଅନେକ ସମୟରେ ଲୋକେ ରୋଗୀ ମାନଙ୍କୁ ଭାରରେ ବୋହୁଥିବା ଅଭିଯୋଗ କରିଛନ୍ତି । ଏଣୁ, ତୁରନ୍ତ ଏହି ସବୁ ସମସ୍ୟାର ସମାଧାନ ଲାଗି ଗ୍ରାମବାସୀ ଦାବୀ କରିଥିବାବେଳେ, ବ୍ଳକ୍ ଅଧ୍ୟକ୍ଷ କହିଛନ୍ତି ଯେ, ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉଛି, ଖୁବସିଘ୍ର ତାର ସମାଧାନ କରାଯିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ