ରଶ୍ମିତ ପରିଡ଼ା ନୂଆଗାଁ ପଂଚାୟତ ବିଜେଡ଼ି ର ସଭାପତି ମନୋନୀତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଲକ ନୂଆଗାଁ ପଂଚାୟତ ର ବିଜୁଜନତା ଦଳ ର ସାଙ୍ଗଠନିକ ବୈଠକ ମା ବାସଙ୍ଗପୀଠ ଠାରେ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ ଙ୍କ ଅଧକ୍ଷୟତରେ ଅନୁଷ୍ଠିତ ହୋଇଛି l ମୁଖ୍ୟଅତିଥି ରୂପେ ସ୍ଥାନୀୟ ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ଯୋଗ ପଂଚାୟତ ସୁବିଧାସୁବିଧା ବୁଝିବା ସହ ସାଙ୍ଗଠନୀକ ଗୁରୁମନ୍ତ୍ର ଦେଇଥିଲେ l ଅନ୍ୟମାନଙ୍କ ବ୍ଲକ ବିଜେଡ଼ି ସଭାପତି ଏସ ରାମେଶ୍ୱର ପାତ୍ର, ଜିଲ୍ଲାପରିଷଦ ବିଦ୍ୟାଧର ବିଶୋଇ, ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ରବୀନ୍ଦ୍ର ସାହୁ, ଗୋବରା ସମିତି ସଭ୍ୟ ବିଭୁପାଦ ଜେନା, ତନରଡ଼ା ସମିତି ସଭ୍ୟ ଅଯୋଧ୍ୟା ବେହେରା, ଯୁବ ସମାଜସେବୀ ରଶ୍ମିତ କୁମାର ପରିଡ଼ା ଯୋଗଦେଇ ଦଳ ସଂଗଠନ ଉପରେ ଆଲୋଚନା କରିଥିଲେ l ଶେଷରେ ରଶ୍ମିତ କୁମାର ପରିଡ଼ା ଙ୍କୁ ପଂଚାୟତ ର ବିଜେଡ଼ି ସଭାପତି ରୂପେ ଦାୟିତ୍ୱ ଦିଆଗଲା l ଆଗାମୀ ଦିନରେ ବିଧାୟକ, ଅଧକ୍ଷ, ବ୍ଲକ ବିଜେଡ଼ି ସଭାପତି ଙ୍କ ଆଶ୍ରିବାଦ ରେ ପଂଚାୟତ ସବୁ କାର୍ଯ୍ୟକ୍ରମ ହାତକୁ ନେଇ ଜନସାଧାରଣଙ୍କ ଅସୁବିଧା କୁ ସମାଧାନ କରାଯିବା ବୋଲି ଶ୍ରୀ ପରିଡ଼ା ନିଜ ବକ୍ତବ୍ୟ କହିଥିଲେ l ସୁବାଷ ଖଣ୍ଡୁଆଳ , ଗୋବର୍ଦ୍ଧନ ପ୍ରଧାନ,ସିମାଞ୍ଚଳ ବିଷୋୟୀ, ରାମ ଚନ୍ଦ୍ର ବିଷୋୟୀ, ସଞ୍ଜୟ ନାୟକ, ନୀଳମାଧବ ସରାଫ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l ନୀଳମାଧଵ ତ୍ରିପାଠୀ ଡିଜିଟାଲ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ l


