ବିଳମ୍ବ ରେ ଯାଉଥିବା ଶିକ୍ଷୟତ୍ରୀ ଶିକ୍ଷାମନ୍ତ୍ରୀ ଙ୍କ ହାବୁଡ଼ରେ ପଡିଲେ

ନିମାପଡା, (ସନ୍ତୋଷ ଦାଶ) :-ଆଜି ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନିମାପଡା ଗ୍ରସ୍ତ ସମୟରେ ପିପିଲି ଟୋଲ ଗେଟ ନିକଟରେ ଦିନ ପ୍ରାୟ ୧୦ଟା ୨୦ ମିନିଟ୍ ସମୟରେ ଦୁଇ ଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖି ସେହି ଶିକ୍ଷୟତ୍ରୀ ଦ୍ୱୟଙ୍କୁ ଅଟକାଇ ଏତେ ବିଳମ୍ବ ରେ କାହିଁକି ସ୍କୁଲ ଯାଉଛ ବୋଲି ପଚାରିଥିଲେ l ଶିକ୍ଷୟତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ମନ୍ତ୍ରୀ ସେମାନଙ୍କ ନାମ ଏବଂ କେଉଁ ବିଦ୍ୟାଳୟ ରେ ସେମାନେ ପାଠ ପଢାଉଛନ୍ତି ପଚାରି ବୁଝି ଥିଲେ । ଏମାନେ ପାଠ ପଢାଉ ଥିବା ପିପିଲି – ନିମାପଡା ମୁଖ୍ୟରାସ୍ତା ପାଶ୍ଵ ରେ ଥିବା ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଅଚାନକ ଗ୍ରସ୍ତ କରିଥିଲେ । ଦିନ ୧୦ ଟା ୨୫ ହୋଇଥିଲେ ବି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସର ରେ ଏଣେ ତେଣେ ବୁଲୁଥିବାର ଓ ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହେଉଥିବାର ,ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଏ ସମ୍ପର୍କ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଫୋନ କରି ଏହି ସ୍କୁଲର ୮ ଜଣ ଶିକ୍ଷକ ଙ୍କୁ କାରଣ ଦର୍ଶlଅ ନୋଟିସ ଜାରି କରିବା ସହ ଦରମା ବନ୍ଦ ର ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ । ମନ୍ତ୍ରୀ ଙ୍କ ଏହି କାର୍ଯ୍ୟାନୁଷ୍ଠାନ କୁ ସବୁ ମହଲ ରେ ସ୍ବାଗତ କରା ଯାଇଥିବା ବେଳେ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ମନରେ ଆତଙ୍କ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ