ବିଜେଡ଼ି ଛାତ୍ର ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ଆମ୍ବପୋଡ଼ା ବିଦ୍ୟାଳୟ ପରିସରରେ ବିଜେଡ଼ି ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଅବସରରେ କନ୍ଧମାଳ ଜିଲ୍ଲା ବିଜେଡ଼ି ଛାତ୍ର ସଂଗଠନ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସୁନିଲ୍ ସେଠୀଙ୍କ ନେତୃତ୍ୱରେ ବରିଷ୍ଠ ବିଜେଡ଼ି ନେତା ଜଳନ୍ଧର ବେହେରା, ମିଥୁନ୍ ଦେହୁରୀ, ଅନୁପ କୁମାର, ବିଦ୍ୟାଧର ପ୍ରଧାନ, ରବୀନ୍ଦ୍ର ଷଡ଼ଙ୍ଗୀ, ବିରେନ୍ଦ୍ର କହଁର, ବିଷ୍ଣୁ ବେହେରା, ଦେବାଶିଷ୍ ବେହେରା, ଅନିଲ୍ ବେହେରା, ବିରଜା ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।