ବିଭିନ୍ନ ପଞ୍ଚାୟତରେ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଳକର ଅରଖପୁର, ଆଶ୍ରମ କରଡାବାଡି, ପାଙ୍ଗିଡି, ଖୋଳଖାଳି, ଗୋଳାବନ୍ଧ, ସଙ୍କୁରୁ, ମାଣିତରା ଓ ଭାମଶ୍ୟାଳି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଶ୍ରମ, ନିଯୁକ୍ତି ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିବା ବେଳେ ମନ୍ତ୍ରୀ ମହୋଦୟ ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ଜଣାପଡିଛି । ମାନ୍ୟବର ମନ୍ତ୍ରୀ ଶ୍ରୀସାହୁ ଖରିଡା ଠାରେ ଗ୍ରାମ୍ୟ ସଡକ ଯୋଜନା ଆନୁକୂଲ୍ୟରେ ଅନ୍ତରପଡା ଠାରୁ ଅରଖପୁର ଓ ମୋଟାବାଡି ଠାରୁ ଗାନ୍ଧୀନଗର ଭାୟା କୁଞ୍ଜବନ-ଗୌଡିଆବୋରଦା ରାସ୍ତାର ଭୂମି ପୂଜନ, ଏ କରଡାବାଡି ଗ୍ରାମ ଠାରେ ପୂର୍ବତନ ସରପଞ୍ଚ ସ୍ୱର୍ଗତ ନାରାୟଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଯୋଗଦାନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ, ବେଲପୁର ଗ୍ରାମରେ କୋଠଘର, ତାଳସାକର ଗ୍ରାମର କଲ୍ୟାଣ ମଣ୍ଡପ, ମୋଚିସାହି କୋଠଘର, ବେଠିଆବୋରଦାରେ ଉତ୍କଳ ଓଡ୍ର ଖଣ୍ଡାୟତ କାଳେଞ୍ଜି ସମାଜ କୋଠଘର ଓ ଗ୍ରାମ କୋଠଘର ଉଦଘାଟନ କରିଥିଲେ । ଏଥିସହ ମନ୍ତ୍ରୀ ଶ୍ରୀ ସାହୁ ବୁଗୁଡା ଏନଏସି ସ୍ଥିତ ବ୍ରହ୍ମ କୁମାରୀ ବୁଗୁଡା ଶାଖା ଠାରେ ୭୫ ତମ ସ୍ୱାଧୀନତା ଅମୃତ ମହୋତ୍ସବ ଆଧ୍ୟାତ୍ମିକ ସମ୍ମାନ ସମୋରୋହ ଓ ବଳଦେବ ସ୍ୱାମୀ ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ ବୁଗୁଡା ବ୍ଳକ ସଭାପତି ମଦନମୋହନ ଦୋରା, ପୋଲସରାର ବରିଷ୍ଠ ବିଜେଡି ନେତା ପୀତବାସ ପ୍ରଧାନ ଓ ନରେନ୍ଦ୍ର ଦେବତା, ବୁଗୁଡା ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରି, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, କେ ନୀଳମାଧବ ଆଚାରି, ସୁଧାଂଶୁ ଶେଖର ପାଢ଼ୀ, ମୁକୁନ୍ଦ ନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟା ଓ ସଭ୍ୟ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ