ସାନଖେମୁଣ୍ଡି ରେ ଗୋପବନ୍ଧୁନଗର ବାସୀ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ମହାନ୍ କର୍ମ ବୀର ଦେଶ ଭକ୍ତ ପରୋପକାରୀ ମାନବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଆଜି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ମୋଳା ଭଞ୍ଜା ପଞ୍ଚାୟତ ର ଗୋପବନ୍ଧୁ ନଗର ଠାରେ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବର୍ଷା ସେଠୀ, ସମିତି ସଭ୍ୟଶ୍ରୀମତୀ ମାଧବୀ ସ୍ୱାଇଁ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହି ଅବସରରେ ସମାଜସେବୀ ତଥା ସମିତି ସଭ୍ୟା ପ୍ରତିନିଧି ଶରତ କୁମାର ସ୍ବାଇଁ ତାଙ୍କର ବକ୍ତବ୍ୟ ରଖିଥିଲେ ଯେ ଆଜି ସେହି ମହାପୁରୁଷ ଙ୍କ ଅକୁଣ୍ଠିତ ସାହାର୍ଯ୍ୟ ପ୍ରଦାନ ଫଳରେ ୫୦ ପାରିବାର ଲୋକ ବସ ବାସ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି । 1990 ମସିହାରେ ପ୍ରଳୟଙ୍କାରି ବାନ୍ୟା ର ବିବେଶିକା ସର୍ବହାରା ହୋଇଥିବା ବେଳେ ଗୋପବନ୍ଧୁ ଙ୍କ ଲୋକସେବକ ମଣ୍ଡଳ ପକ୍ଷରୁ ସହଯୋଗର ହାତ ବଢ଼ାଇଥିବାରୁ ଆଜି ସେହି ମହାପୁରୁଷ ଙ୍କୁ ମନେ ପକାଉଛି ଏହି ମାଟି । ସେହଦିନଠାରୁ ଗୋପବନ୍ଧୁ ନଗର ନାମରେ ନାମିତ ହୋଇଛି।ପୁଣ୍ୟ ତିଥି ଅବସରରେ ସାନଖେମୁଣ୍ଡି ସମାଜ ପ୍ରତିନିଧି ପଦ୍ମ ଲୋଚନ ପାଣିଗ୍ରାହୀ ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ,ଅରକ୍ଷିତ ପାତ୍ର, ସଞ୍ଜୟ ବିଷୋୟୀ, ପ୍ରତାପ ମିଶ୍ର,ରବିପ୍ରସାଦ ନାୟକ, ସତ୍ୟବାନ ପ୍ରଧାନ, ରତ୍ନାକର ସାହୁ ,ନୀଳାଚଳ ବେହେରା, ତ୍ରିଲୋଚନ ବେହେରା, ରଞ୍ଜିତା ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଜଣାଇଥିଲେ ।


