ଏପଟେ ନେତୋତ୍ସବ ସେପଟେ ନବଯୌବନ ଦର୍ଶନ

ନିମାପଡ଼ା, (ସନ୍ତୋଷ ଦାଶ) :-ଆଜି ପବିତ୍ର ଉଭା ଅମାବାସ୍ୟା ତିଥି। ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ବ୍ରାହ୍ମଣ ଶାସନ ରେ ନେତୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ସେପଟେ ପ୍ରାଚୀ ନଦୀ କୂଳ ବନ୍ଦେଶ୍ୱର ଗ୍ରାମ ରେ ପୂଜା ପାଉଥିବା ପ୍ରଭୁ ଶ୍ରୀ ଗୁରୁଦେବ ଙ୍କ ନବ ଯୌବନ ଦର୍ଶନ ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହୋଇଛି । ଆଜକୁ ୫୦ ବର୍ଷ ରୁ ଉର୍ଦ୍ଧ ହେବ ତୁଳସୀପୁର ବ୍ରାହ୍ମଣ ଶାସନ ରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ଗ୍ରାମ ରେ ଅନୁଷ୍ଠିତ ଘୋଷଯାତ୍ରା ରେ ଗ୍ରାମ ଠାରୁ ୩/୪ କିଲୋମିଟର ଦୂର ପ୍ରାଚୀନଦୀ କୂଳ ବନ୍ଦେଶ୍ଵର ଗ୍ରାମ ରେ ପୂଜାପାଇ ଆସୁଥିବା ପ୍ରଭୂ ଶ୍ରୀ ଗୁରୁଦେବ ରଥାରୁଢ଼ ହୋଇଥାନ୍ତି । ଏପଟେ ତୁଳସୀପୁର ଗ୍ରାମବାସୀ ମାନେ ନୂତନ ରଥ ନିର୍ମାଣ କରି ସାରିବାପରେ ଆଜି ରଥ ନିକଟରେ ନେତ ବା ବାନା (ପତାକା) କୁ ପୂଜା କରି ରଥ ର ଦଧି ନଉତି ରେ ସ୍ଥାପନା କରିଛନ୍ତି । ସେପଟେ ସ୍ନାନ ପୂର୍ଣ୍ଣିମା ଠାରୁ ଅଣସର ଗୃହ ରେ ପୂଜା ପାଉଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁର ଙ୍କୁ ଅଣସର ଗୃହ ରୁ ଅଣାଯାଇ ମନ୍ଦିର ସିଂହାସନ ରେ ଉପବେଶନ କରାଯାଇଛି । ଠାକୁର ଙ୍କୁ ନୂତନ ରଙ୍ଗ, ବସ୍ତ୍ର, ପୁଷ୍ପ ରେ ସଜ୍ଜିତ କରାଯିବା ସହିତ ତାଙ୍କ ନିକଟରେ ଅନ୍ନ ଭୋଗ ଲାଗି କରା ଯାଇଛି । ଗ୍ରାମବାସୀ ବନ ବିହାରୀ ଦାଶ, ଅନୀଲ କୁମାର ତ୍ରିପାଠୀ,ସନ୍ତୋଷ ଦାଶ, ଆଦିତ୍ୟ ପ୍ରସାଦଶତପଥୀ, ମନୋଜ ଦାଶ, ସନ୍ତୋଷ ତ୍ରିପାଠୀ, ଭବାନୀ ଦାଶ ପ୍ରମୁଖ ଙ୍କ ତତ୍ୱାବଧାନରେ ରଥ ନିର୍ମାଣ, ନେତୋ ତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅବନିନ୍ଦ୍ର ତ୍ରିପାଠୀ, କ୍ଷମାନିଧିତ୍ରିପାଠୀ, କୈଳାସ ତ୍ରିପାଠୀ, ରଜନୀ କାନ୍ତ ତ୍ରିପାଠୀ, ସହଦେବ ମିଶ୍ର ପ୍ରମୁଖ ଙ୍କ ନେତୃତ୍ଵ ରେ ଶ୍ରୀ ଗୁରୁଦେବ ଠାକୁର ଙ୍କ ନବଯୌବନ ଦର୍ଶନ ଓ ଉଭାଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୂଜକ ଭାବେ କୈଳାସ ପାଣି, ପୂର୍ଣ୍ଣ ପାଣି, ଠାକୁର ଙ୍କ ନବ ଯୌବନ ପୂଜା ନୀତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ