ପୂର୍ବତନ ସରପଂଚ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ି ରେ ଯୋଗ ଦେଲେ

ନିମାପଡ଼ା, (ସନ୍ତୋଷ ଦାଶ) :-ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଇଁଶ ଶାସନ ପଞ୍ଚାୟତ ର ପୂର୍ବତନ ସରପଂଚ ଗୀତାଞ୍ଜଳି ପ୍ରଧାନ ଙ୍କ ନେତୃତ୍ଵ ରେ ଶତାଧିକ କଂଗ୍ରେସ କର୍ମୀ ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳ ରେ ଯୋଗଦାନ କରିଛନ୍ତି । ପଞ୍ଚାୟତ କଂଗ୍ରେସ ସଭାପତି ଭାସ୍କର ଜେନା, ଉପସଭାପତି ସୁଦର୍ଶନ ମିଶ୍ର, ରବୀନ୍ଦ୍ର ଭୋଇ ପ୍ରମୁଖ ବିଜେଡ଼ି ରେ ଯୋଗଦାନ କରିଥିବା କଂଗ୍ରେସ କର୍ମୀ ମାନ ଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଗତ କରି ଦଳ ସେ ସେମାନଙ୍କ ଯୋଗଦାନ ଫଳରେଉକ୍ତ ପଞ୍ଚାୟତ ରେ ବିଜେଡ଼ି ଦଳ ଅଧିକ ମଜଭୂତ ହୋଇପାରିଲା ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ