ଉପଜିଲ୍ଲାପାଳଙ୍କୁ ପିଡିଏସ୍ ସାମଗ୍ରୀ ବଣ୍ଟନର ସମସ୍ୟା ଜଣାଇଲେ ଜିଲ୍ଲାପରିଷଦ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଲକ୍ ୪୮ନମ୍ବର ଜିଲ୍ଲାପରିଷଦ ସୁଧୀର କୁମାର ଜେନା ଓ ପୂର୍ବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବିଶ୍ବାଳ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ପାଇଲିପଡ଼ା ପଞ୍ଚାୟତ ଜାଲଖାଇ ଗ୍ରାମକୁ ପୂର୍ବରୁ ଯେମିତି ପିଡିଏସ ସାମଗ୍ରୀ ଯୋଗାଣ ହେଉଥିଲା ସେଭଳି ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।ସୂଚନା ଥାଉ କି ପୂର୍ବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବିଶ୍ବାଳ ସମିତି ସଭ୍ୟ ଥିବା ବେଳେ ପଞ୍ଚାୟତର ବୃଦ୍ଧ,ବୃଦ୍ଧା, ଦିବ୍ୟାଙ୍ଗମାନଙ୍କ ନିକଟକୁ ଯାଇ ଭତ୍ତା ବଣ୍ଟନ ଏବଂ ପିଡ଼ିଏସ୍ ସାମଗ୍ରୀ ଯୋଗାଣ କରୁଥିଲେ I ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ପାଢ଼ୀ ପ୍ରକାଶଙ୍କର ଏହି କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ଜିଲ୍ଲାପାଳ ବି ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଏବଂ ଏହି ପଞ୍ଚାୟତର ଭତ୍ତା ଟଙ୍କା ଲୋକ ଯେଭଳି ସୁବିଧାରେ ପାଇବେ ସେନେଇ ଗ୍ରାମସେବକ ଓ ପଞ୍ଚାୟତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ଏହା ପରେ ପରେ ପ୍ରଥମ କରି ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ପିଡ଼ିଏସ୍ ସାମଗ୍ରୀକୁ ଦହିମୁଣ୍ଡଳି,କେ.ନୂଆଗଡ ଓ ଜାଲଖାଇରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଥିଲେ ବର୍ତ୍ତମାନର ସମିତି ସଭ୍ୟ ତଥା ପାଇଲିପଡା ସେବା ସମବାୟ ସମିତିର ସଭାପତି କେ.ରବୀନ୍ଦ୍ର କୁମାର ପାତ୍ର । କିନ୍ତୁ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରଠୁ ଦହିମୁଣ୍ଡଳି ଓ ଜାଲଖାଇ ଗ୍ରାମକୁ ପିଡିଏସ୍ ସାମଗ୍ରୀ ନେଇ ଦିଆଯାଉନାହିଁ I ସେମାନଙ୍କୁ କେ. ନୂଆଗଡକୁ ଆସି ନେବାକୁ କୁହାଯାଉଛି। ସରକାରଙ୍କ ଯୋଜନା ଲୋକଙ୍କ ଦୁଆରେ ସବୁ ସୁବିଧା ଯୋଗାଇବା କିନ୍ତୁ ପାଇଲିପଡା ପଞ୍ଚାୟତ ରେ ସମସ୍ତ ଯୋଜନା ବ୍ୟତିକ୍ରମ। ତେଣୁ ଆଜି ଆଜି ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଏବଂ ପୂର୍ବତନ ସମିତି ସଭ୍ୟ ଶ୍ରୀ ବିଶ୍ୱାଳ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ