କାଶୀନଗର ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଟିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ନବନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ଜିଲ୍ଲାପରିଷଦ ସଭ୍ୟ ମାନଙ୍କୁ ନେଇ ଆଜି କାଶୀନଗର ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଟିତ ହୋଇଯାଇଛି । ସ୍ଥାୟୀ ସଭାପତି ଅଧ୍ୟକ୍ଷା ବାଲା ସାୟମ୍ମା ଙ୍କ ସଭାପତିତ୍ବରେ ଏହି ବୈଠକ ଆଦୃତ ହୋଇଥିଲା | ବିଡିଓ ଡ଼ା ଲକ୍ଷ୍ମୀ ପ୍ରସାଦ ସାହୁ,ଉପାଧ୍ୟକ୍ଷ ଏସ କଲ୍ୟାଣୀ, ସହକାରୀ ଯନ୍ତ୍ରୀ ବିଶ୍ଵନାଥ ମହାରଣା, ଜୋନ୍ ୧ ଜିଲ୍ଲାପରିଷଦ ସଭ୍ୟା ରକମ୍ ରାଜଲକ୍ଷ୍ମୀ,ସାଂସଦ ପ୍ରତିନିଧି ରକମ ସତିଶ ଙ୍କ ସହ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ଏତଦ୍ ବ୍ୟତୀତ ବିଭିନ୍ନ ଲାଇନ୍ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ । ବିଧାୟକ ଓ ଜିଲ୍ଲାପରିଷଦ୨ ବୈଠକ ରେ ଯୋଗ ଦେଇନଥିଲେ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି,  ବିଦ୍ୟୁତ୍ ବିଭାଗ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକ କୁ ବିଭିନ୍ନ ପ୍ରିଣ୍ଟ ଓ ଗଣ ମାଧ୍ୟମ ର ପ୍ରତିନିଧି ମଧ୍ୟ ଯୋଗ ଦେଇ   ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ