ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଜାତୀୟ ରଥଯାତ୍ରା ସେବା ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥା ଆନୁକୂଲ୍ୟରେ ରଥଯାତ୍ରା ଜାତୀୟ ସେବା ଶିବିର ତା୨୮ା୬ା୨୦୨୨ ରିଖ ଠାରୁ ତା୨ା୭ା୨୦୨୨ରିଖ ପର୍ଯ୍ୟନ୍ତ ପୁରୀ ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହେଉଅଛି । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର, ସ୍କାଉଟ, ଗାଇଡ୍ ଉକ୍ତ ସେବା ଶିବିରରେ ଯୋଗଦାନ କରି ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେଉଛନ୍ତି । ତା୩୦ା୬ା୨୦୨୨ରିଖ ଦିନ ୧୨ ଘଟିକା ସମୟରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥିଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି ରୋଭର ଓ ରେଞ୍ଜରମାନଙ୍କୁ ପବିତ୍ର ରଥଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ । ଶ୍ରୀଗୁଣ୍ଡିଚା ଦିନ ସ୍କାଉଟ, ଗାଇଡ୍‌, ରୋଭର ଓ ରେଞ୍ଜରମାନେ ଭିନ୍ନ ଭିନ୍ନ ଦଳରେ ବିଭକ୍ତ ହୋଇ ସହରର ବିଭିନ୍ନ ଜାଗାରେ ଯାନବାହାନ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବଣ୍ଟନ, ସେମାନଙ୍କ ଉପରେ ଜଳସିଞ୍ଚନ, ପ୍ରାଥମିକ ଚିକିତ୍ସା ପ୍ରଦାନ, ସ୍ୱଚ୍ଛ ଭାରତ ଅଭିଯାନ ଆଦି ବିଭିନ୍ନ ସେବା ଯୋଗାଇ ଦେଇଥିଲେ । ଏହି ଶିବିରଟି ପୁରୀ ଜିଲ୍ଲାର ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ବିଶ୍ୱଜିତ୍ ଘୋଷଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ । ରାଜ୍ୟ ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପିଲାମାନଙ୍କର ଏହି ସେବାକାର୍ଯ୍ୟକୁ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ