ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ବିଶ୍ୱ ପରିବେଶ ଦିବସ ୨୦୨୨ ପାଳନ ଅବସରରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟରେ ପିଲାଟି ଏକୁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବି.ଇ.ଓ ଏସ.ଧନଞ୍ଜୟ, ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ପିଲାମାନଙ୍କୁ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ବିଷୟରେ ଉଦବୋଧନ ଦେବା ସହ ପିଲାଙ୍କୁ ବୃକ୍ଷ ବଣ୍ଟନ କରିଥିଲେ I କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରିଟାୟାଡ ରେଞ୍ଜର ଅନୁପମ ବାନାର୍ଜୀ ଓ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା I ସି.ଆର୍.ସି.ସି ମୋହନ ସାହୁ ଓ ତ୍ରିନାଥ ବେହେରା ଙ୍କ ସମେତ ଶିକ୍ଷକ ସାଜନ ସ୍ବାଇଁ,ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁ, ସୁଜାତା ଦାଶ, ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ I ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥଲା I


