ବାଉଁଶଲୁଣ୍ଡି କ୍ଳଷ୍ଟରରେ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି କ୍ଳଷ୍ଟର ତରଫରୁ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ର କିଛି ବିଦ୍ୟାଳୟରୁ ଶିକ୍ଷକତାରୁ ଅବସର ଗ୍ରହଣ କରିଥିବା ପାଞ୍ଚଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ବି.ଇ.ଓ ଏସ୍ ଧନଞ୍ଜୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିରୂପେ ଏ.ବି.ଇ.ଓ ସୂର୍ଯ୍ୟ ନାୟକ,ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ,ଡିହ ପଢାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ, ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାଶ, ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ, ବିଦାୟି ଶିକ୍ଷକ ଅରୁଣ କୁମାର ବ୍ରହ୍ମା ପ୍ରମୁଖ ମଞ୍ଚାସୀନ ଥିଲେ I କ୍ଳଷ୍ଟରର ସମସ୍ତ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶ ଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ତୁଳସୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିବା ସହକାରୀ ଶିକ୍ଷକ ଅରୁଣ କୁମାର ବ୍ରହ୍ମା ଏବଂ ସୁରେଶ ଚନ୍ଦ୍ର ପତି , ଡିହପଢାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମେରୀ ନଳୀନୀ ସିଂ ଓ ବି.ସାବିତ୍ରୀ ଦେବୀ ତଥା ଡିହପଢାଳ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ମିଶ୍ର ପ୍ରମୁଖଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏନ୍.ଏ.ସି ସି.ଆର୍.ସି.ସି ନାରାୟଣ ମହାପାତ୍ର I କାର୍ଯ୍ୟକ୍ରମରେ କ୍ଳଷ୍ଟରୁ ପ୍ରମୋସନ ହେତୁ ଅନ୍ୟତ୍ର ବଦଳି ହୋଇଥିବା ଏବଂ ଅନ୍ୟ କ୍ଳଷ୍ଟରରୁ ବଦଳି ହୋଇ ଆସିଥିବା କିଛି ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଯଥାକ୍ରମେ ବିଦାୟ ଓ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିର୍ମଳ କୁମାର ସ୍ବାଇଁ, ଶିକ୍ଷୟିତ୍ରୀ ରଞ୍ଜୁଲତା ବେହେରା ଙ୍କ ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲୋ I ଅନ୍ୟ ନିମନ୍ତ୍ରିତ ଅତିଥି ରୂପେ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ,ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଧାଂଶୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡା, ପବିତ୍ର ଷଢ଼ଙ୍ଗୀ, ଶିକ୍ଷୟିତ୍ରୀ ସୁଲଗ୍ନା ସୁଆର, ଅପର୍ଣ୍ଣାଦାଶ, ଯୁଗ୍ମତା ତ୍ରିପାଠୀ, ନମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I


