ମୋବାଇଲ ପାଇଁ ଜୀବନ ହାରିଲା ଛାତ୍ର
ହାଟଡିହି, (ବିକାଶ ବିଶ୍ୱାଳ) :-ମୋବାଇଲ ପାଇଁ ଜୀବନ ହାରିଛି ହାଟଡିହି ବ୍ଲକ ଅକରୁଆ ଗ୍ରାମର ଜଣେ ଛାତ୍ର । ଖବରରୁ ଜଣାଯାଇଛି ଯେ ଅକରୁଆ ଗ୍ରାମର କାଳନ୍ଦୀ ଯେନା ଙ୍କ ୨୧ବର୍ଷର ପୁଅ ଲିଟେଶ ଆନନ୍ଦପୁର ମହାବିଦ୍ୟାଳୟରେ ଯୁକ୍ତ ୩ ପଦାର୍ଥ ବିଜ୍ଞାନର ୨ୟ ବର୍ଷର ଛାତ୍ର ଥିବାବେଳେ ସେ ଅନେକ ସମୟରେ ମୋବାଇଲ ଦେଖୁଥିବାରୁ ପରିବାର ଲୋକେ ତାକୁ ବାରଣ କରୁଥିଲେ । ଆଜି ଘରେ କେହି ନଥିବାର ସୁଯୋଗ ନେଇ ଲିଟେଶ ବେକରେ ରଶି ଲଗାଇ ଘରେ ଲାଗିଥିବା ଫ୍ୟାନରେ ଝୁଲିପଡିଥିଲା । ପରିବାର ଲୋକେ ଜାଣିବାପରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆନନ୍ଦପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


