ମଧ୍ୟାନ୍ନ ଭୋଜନରୁ ଅଣ୍ଡା ଚୋରି
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ଆନ୍ଧ୍ର ସୀମାନ୍ତରେ ଥିବା ବଣ ପାହାଡ ଘେରା ଗଙ୍ଗାବାଡ଼ ଗ୍ରାମରେ ଥିବା ସରକାରୀ ହାଇସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଲାଗିରହିଛି I ଏହି ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନେ ପାଳିକରି ସ୍କୁଲକୁ ଯିବା ଆସିବା କରନ୍ତି I ଅନେକ ସମୟରେ କୌଣସି ଶିକ୍ଷକ ଆସନ୍ତି ନାହିଁ I ହାଇସ୍କୁଲ ର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିଆ ଯାଉଥିବା ମଧ୍ୟାହ୍ନଭୋଜନ ଅତ୍ୟନ୍ତ ନିମ୍ନମାନର I ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ସାରଣୀରୁ ସରକାରୀ ଭାବେ ଦିଆ ଯାଉଥିବା ଅଣ୍ଡାକୁ ବାଦ ଦିଆଯାଇ ଗ୍ରାମାଞ୍ଚଳ ବଜାରରେ ଅଣ୍ଡାକୁ ବିକ୍ରି କରା ଯାଉଥିବା ଅଭିଯୋଗ ହେଉଛି I ଘଟଣାକ୍ରମେ ଓଡିଶା ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠିକ ଭାବେ ଶିକ୍ଷକ ଆସୁନଥିବା ବେଳେ ଭଲ ପାଠ ପଢା ହେଉନଥିବା ଏବଂ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଖାଦ୍ୟ ସାରଣୀ ଅନୁସାରେ ଖାଇବା ଦିଆଯାଇ ନଥିବା ସେଠାକାର ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି I ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ଜଣା ପଡିଛି I ଏହି ଖବର ଗତ ଗୁରୁବାର ଘଟିଥିବା ବେଳେ ଶିକ୍ଷା ବିଭାଗ ଘଟଣାକୁ ଘଣ୍ଟ ଘୋଡାଇ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ ଏ ଯାଏଁ କୌଣସି ପଦକ୍ଷେପ ନ ନେଇ ନିରବ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି I ସେଠାରେ ରହି ପାଠ ପଢ଼ୁଥିବା 40 ଜଣ ଅନ୍ତେବାସୀଙ୍କୁ ସମେତ 68 ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବା ବେଳେ ତିନି ଜଣ ଶିକ୍ଷକ ଅଛନ୍ତି I ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ବିଦ୍ୟାଳୟକୁ ପିଲା ଯାଇଥିବାବେଳେ କୌଣସି ଶିକ୍ଷକ ଯାଇନଥିଲେ I ପିଲାମାନେ ବାହାରେ ଖେଳାଖେଳି, ବୁଲାବୁଲି କରୁଥିବା ବେଳେ ଗ୍ରାମର ଜଣେ ଯୁବକ ଭିଡିଓ କରିଛନ୍ତି I ମଧ୍ୟାହ୍ନ ଭୋଜନରେ ସାରଣୀରେ ଅଣ୍ଡା ଦେବା ପାଇଁ ଥିବା ବେଳେ ପିଲାଙ୍କୁ ଅଣ୍ଡା ଦିଆଯାଇ ନଥିଲା I ମଧ୍ୟାହ୍ନ ଭୋଜନ ମଧ୍ୟ ଅତି ନିମ୍ନ ମାନର ଖାଦ୍ୟ ଦିଆ ଯାଇଥିବା ସ୍ଥାନୀୟ ସରପଞ୍ଚ ହାରିବନ୍ଧୁ କାର୍ଯ୍ୟୟୀ ଅଭିଯୋଗ କରିଛନ୍ତି I ବିଦ୍ୟାଳୟକୁ ଜଣେ ରୋଷେଇଙ୍କ ଦାୟିତ୍ୱରେ ଛାଡିଦେଇ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା I ଉକ୍ତ ଦିନ ପଞ୍ଚାୟତ ପ୍ରତିନିଧିମାନେ ଏଭଳି ଅବସ୍ଥାକୁ ଦେଖି ଏ ପ୍ରକାର ଦାୟିତ୍ୱହୀନ ଶିକ୍ଷକ ଓ ଦାୟିତ୍ୱରେ ଥିବା ସିଆରସିସିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି I ସମ୍ପୃକ୍ତ ଘଟଣା ନେଇ ସ୍ଥାନୀୟ ସରପଞ୍ଚ ହାରିବନ୍ଧୁ କାର୍ଯ୍ୟୟି କହିଛନ୍ତି ଗଜପତି ଜିଲ୍ଲାପାଳ ଗଙ୍ଗାବାଡ଼ ହାଇସ୍କୁଲର ଅବ୍ୟବସ୍ଥା ନେଇ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କରି ଅନୁଧ୍ୟାନ କଲେ ବହୁ ରହସ୍ୟ ଲୋଲୋଚନକୁ ଆସିବ I


