ଅଚଳ ସୁକିନ୍ଦା ବିହନ ଫାର୍ମକୁ କାର୍ଯ୍ୟକ୍ଷମ କରାଇବାକୁ ବିଧାନସଭାରେ ଦାବି

ସୁକିନ୍ଦା ବିହନ ଫାର୍ମକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ  କରିବାକୁ ବିଧାନସଭାରେ ଚର୍ଚ୍ଚା ହୋଇଛି। ଏକଦା ଏସିଆ ମହାଦେଶରେ ପ୍ରତିଷ୍ଠା ଲାଭ କରିଥିବା ଯାଜପୁର ଜିଲ୍ଲାର ବିହନ ଫାର୍ମ କାହିଁକି ଏବେ ଅଚଳ ହୋଇ ପଡିଛି ବୋଲି ବିଧାନସଭାର ପ୍ରଶ୍ନକାଳରେ ଆଲୋଚନା ହୋଇଛି।ବିଜେଡି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସୁକିନ୍ଦାର ବିହନ ଫାର୍ମର ପୁନଋଦ୍ଧାର କରିବାକୁ ଗୃହରେ ଦାବି କରିଛନ୍ତି । ୫୭୬ହେକ୍ଟର ଚାଷ ଜମିରେ ୧୯୪୮ରେ ପ୍ରତିଷ୍ଠା ହୋଇଥିବା ସୁକିନ୍ଦା ଫାର୍ମ ଚାଲୁ ରଖିବାକୁ ନ୍ୟାସନାଲ ସିଡସ୍ କର୍ପୋରେସନର ଦାୟିତ୍ୱ। ୨୩ଜୁଲାଇ ୨୦୧୬ର ୧୫ ବର୍ଷିଆ ଚୁକ୍ତିନାମା ଅନୁସାରେ ୧୦୮.୦୬ ହେଟକ୍ଟର ଚାଷ ଜମିରେ ଡାଲି ଏବଂ ତୈଳବୀଜ ବିହନ ଉତ୍ପାଦନ କରିବା କଥା। କିନ୍ତୁ ଗତ ୩ବର୍ଷ ମଧ୍ୟରେ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା ନ୍ୟାସନାଲ ସିଡସ୍ କର୍ପୋରେସନ ବିହନ ଉତ୍ପାଦନ କରିବାକୁ ଚେଷ୍ଟା କରିଛି। ଏହି ସମୟରେ ସୁକିନ୍ଦା କୃଷି ଫାର୍ମରେ କାମ କରୁଥିବା କୃଷକ ଏବଂ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇଛି।ଏବେ ଏହା ଏହି ଫାର୍ମଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି। ତେଣୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ସୁକିନ୍ଦା ବିହନ ଫାର୍ମକୁ ଅଚଳ ହେବାକୁ ଦିଅନ୍ତୁ ନାହିଁ ବୋଲି କୃଷିମନ୍ତ୍ରୀଙ୍କୁ ପ୍ରଶ୍ନକାଳରେ ସୁକିନ୍ଦା ବିଧାୟକ ପ୍ରସ୍ତାବ ଦେଇଛନ୍ତି। ତେବେ ରାଜ୍ୟରେ ଅଚଳ ହୋଇପଡିଥିବା ୯ଟି ସରକାରୀ ଫାର୍ମ ମଧ୍ୟରେ ସୁକିନ୍ଦା ଫାର୍ମ ନାହିଁ। ୫ଟି ସରକାରୀ ଉଦ୍ୟାନ କୃଷି ଫାର୍ମ ଏବଂ ୪ଟି କୃଷି ଫାର୍ମ ଅଚଳ ହୋଇପଡିଛି ବୋଲି କୃଷି ଓ କୃଷକ ସଶକ୍ତ କରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଯଦି ଏହା ମଧ୍ୟରେ ସୁକିନ୍ଦା ଫାର୍ମ ସ୍ଥିତି ଖରାପ ହୋଇଛି,ତାହର ପୁନଋଦ୍ଧାର କରିବାକୁ ସରକାର ପଦକ୍ଷେପ ନେବେ ବୋଲି କୃଷିମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି। ତେବେଚାଷ ଜମି କମୁଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଲାଗି ଉନ୍ନତ କିଷମର ବିହନ ଯୋଗାଇ ଦେଉ। ଚାଷୀଙ୍କ ସୁରକ୍ଷା ପାଇଁ ନକଲି ବା ନିମ୍ନମାନର ବିହନକୁ ବଜାରରୁ ହଟାଇବାକୁ କୃଷି ବିଭାଗ ପଦକ୍ଷେପ ନେବାକୁ ବିଧାୟକ ଘଡ଼ାଇ, ବିଧାନସଭାର ପ୍ରଶ୍ନକାଳରେ ପ୍ରସ୍ତାବ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ