କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଔଷଧୀୟ ବୃକ୍ଷ ରୋପଣ
ନିମାପଡା, (ସନ୍ତୋଷ ଦାଶ) :-ବନମହୋତ୍ସବ ସପ୍ତାହ ଅବସରରେ କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ନୂଆଗାଁ ଶ୍ରୀ ରାମ ମନ୍ଦିର ପରିସରରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟ ର ଅଧ୍ୟକ୍ଷ ଡ଼ଃ କେଦାରନାଥ ସାହୁ ଙ୍କ ଦ୍ଵାରା ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ,ସନାତନ ପାତ୍ର ,ଗୋପୀନାଥ କର, କାହ୍ନୁଚରଣ ବେହେରା, ନିରଞ୍ଜନ ସାହୁ ,ମଠର ମହନ୍ତ ଗଣେଶ ବାବା ,ଚାରିଛକ ପ୍ରେସକ୍ଲବ ର ସଦସ୍ୟ ମାନେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ବୃକ୍ଷ ହିଁ ଜୀବନ ,ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ।ତେଣୁ ଏହି ବନ ମହୋତ୍ସବ ସପ୍ତାହରେ ସମସ୍ତେ ଦୁଇଟି ଲେଖାଏଁ ଗଛ ପୋତିବାକୁ ଅତିଥି ମାନେ ସମସ୍ତ ଙ୍କୁ ନିବେଦନ କରିଥିଲେ । ଜୁଆଣି , ବ୍ରାହ୍ମୀ, ତେଜପତ୍ର , ଚିନି, ଅଁଳା ,ଗୁଆ, ନଡ଼ିଆ ପ୍ରଭୃତି ବୃକ୍ଷ ରୋପଣ କରାଯାଇଥିଲା ।