ରୋଟାରୀ କ୍ଲବର ଯୁଗ୍ମ ଅଧିସ୍ଥାପନା ଦିବସ : ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ରୋଟାରୀ କ୍ଲବର ୨୦୨୨-୨୩ ବର୍ଷ ପାଇଁ ଯୁଗ୍ମ ଅଧିସ୍ଥାପନା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ନବ ନିର୍ବାଚିତ ସଭାପତି ଇଂ ସୌରଭ କୁମାର ବେହେରା, ସମ୍ପାଦକ ସୁଖମୟ ଦାସ, କୋଷାଧ୍ୟକ୍ଷ କମଳାକାନ୍ତ ମୁଦୁଲି, ଉପ-ସଭାପତି ଜୟନ୍ତ ବେହେରା ଓ ଯୁଗ୍ମ ସଂପାଦକ ଭାବେ ଇଂ. ଉପେନ୍ଦ୍ର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଦାୟତ୍ୱ ଗ୍ରହଣ କରିଛନ୍ତି । ରୋଟାରୀ କ୍ଲବର ପୂର୍ବତନ ଜିଲା ଗଭର୍ଣ୍ଣର୍ର ପ୍ରଫେସର ଶାନ୍ତନୁ କୁମାର ପାଣି ଏବଂ ଝରଣା ପାଣିଏବଂ ୦୨୨-୨୩ର ସହକାରୀ ଗଭର୍ଣ୍ଣର ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସମାଜର ଗଠନମୂଳକ କାର୍ଯ୍ୟରେ ରୋଟାରିଆନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସଭାପତି ସପନ କୁମାର ମହାପାତ୍ର ଓ ପୂର୍ବତନ ସମ୍ପାଦକ କମଳାକାନ୍ତ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରେ ୨୦୨୨-୨୩ ବର୍ଷ ପାଇଁ ବିଭିନ୍ନ ସମାଜଗଠନ କାର୍ଯ୍ୟର ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ଅନୁରୂପ ଭାବେ ରୋଟାରୀ ଇନରହୁଇଲ କ୍ଲବର ନୂତନ ସଭାପତି ଓ ସମ୍ପାଦିକା ଦାୟିତ୍ୱ ଗ୍ରହଣ କରିଥିଲେ । ଯୁଗ୍ମ ଅଧିଷ୍ଠାନ ଦିବସ ଅବସରରେ କ୍ଲବର ବାର୍ଷିକ ପତ୍ରିକା ରେଞ୍ଜରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥି ସହିତ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ୮ ଜଣଙ୍କୁ ଶପଥ ପାଠ କରାଯାଇଥିଲା । ପ୍ରାରମ୍ଭରେ ବିଦାୟୀ ସଭାପତି ରାଜଲକ୍ଷ୍ମୀ ଯତି ସ୍ୱଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଦୀପ୍ତ କୁମାର ପଣ୍ଡା ୨୦୨୧-୨୨ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଡ. ଶ୍ରୀମାନ ଶ୍ରୀଚନ୍ଦନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ‘ଇନରହୁଇଲ’ କ୍ଲବ ସଭାପତି ପଦ ପାଇଁ ସିପ୍ରାରେଖା ମହାପାତ୍ର ଓ ସଂପାଦକ ପଦରେ ବନି ମଜୁମଦାର; ରୋଟ୍ରାକ୍ଟ କ୍ଲବର ପ୍ରଭୁଜ୍ୟୋତି ମହାପାତ୍ର ସଭାପତି ଓ ଇଂ. ସାମଲ ରାଜକୁମାର ଅନିମେଶଙ୍କୁ ସମ୍ପାଦକ ପଦ ପାଇଁ ଚୟନ କରାଯାଇଛି । ଆଜିର ଏହି ଅଧିସ୍ଥାପନା ଉତ୍ସବକୁ ସୁଧାଂଶୁ ପଣ୍ଡା, ଡ.ମାତୃଦତ୍ତ ଦାସ, ଡ. ପଙ୍କଜ କୁମାର ଜେନା, ଉପେନ୍ଦ୍ର ବେହେରା, ଡ. ସୁବାସ ପାତ୍ର, ଭି ଉଦୟ କୁମାର, ସନ୍ତୋଷ କୁମାର ନାୟକ, ଯଶୋଦାନନ୍ଦନ ଆଶ୍, ପଦାରବିନ୍ଦ ମହାପାତ୍ର, ଉଦୟ ରଞ୍ଜନ ଦାସ, ମନୋରଞ୍ଜନ ଦାସ, ଦେବେନ୍ଦ୍ର ଧଳ, ଭାବଗ୍ରାହୀ ମହାନ୍ତି, ଡାକ୍ତର ଅମିତାଭ ଗିରି, ଡାକ୍ତର ରଶ୍ମିକାନ୍ତ ଜଟାନିଆ, ଯୋଗେଶ ଶାହା, ବିକ୍ରମଜିତ୍ କର ପ୍ରମୁଖଙ୍କ ସମେତ କ୍ଲବର ବହୁ ପରିଚାଳନା କରିଥIଏ ।