ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲି୍ଳକ ଅଧ୍ୟକ୍ଷତା କରି କହିଲେ ଯେ, ଅଭିଯୋଗ ଏବଂ ସମସ୍ୟାର ସମାଧାନ ହେଊଚ୍ଥି ଜିଲ୍ଲା ପ୍ରଶାସନର ଅଂଶ ବିଶେଷ । ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଊଦ୍ଦେଶ୍ୟ ହେଊଚ୍ଥି ଲୋକ ମାନଙ୍କ ସମସ୍ୟା ଗୁଡିକୁ ତ୍ୱରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଚ୍ଥତା ଏବଂ ନ୍ୟାୟକୁ ଊତ୍ସାହିତ କରିବା । ପଂଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଊତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଥିଲେ । ଏହି ଶିବିରରେ ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଂଜିକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୧୬୬ ଗୋଟି ଅଭିଯୋଗ ମଧ୍ୟରୁ ୧୬୨ ଗୋଟି ବ୍ୟକ୍ତିଗତ, ୧୬ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଂଠିରୁ ସହାୟତା ପାଇଁ ୧୫ ଗୋଟି, ସାମୁହିକ ୪ ଗୋଟି ଆବେଦନ ପତ୍ର ମିଳିଥିଲା । ତତ୍‌କ୍ଷଣାତ୍ ୭୭ ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ କର୍ତ୍ତୃପକ୍ଷ ଅଧିକାରୀ ମାନଙ୍କ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଗଲା । ଚଳିତ ମାସ ୧୧ ତାରିଖ ସୋମବାର ଦାନଗଦୀ ବ୍ଳ୍‌କ କାର୍ଯ୍ୟାଳୟ ଠାରେ, ୧୮ ତାରିଖ ସୋମବାର ସୁକିନ୍ଦା ବ୍ଳ୍‌କ କାର୍ଯ୍ୟାଳୟ ଏବଂ ୨୫ ତାରିଖ ସୋମବାର ରସୁଲପୁର ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଚ୍ଥନ୍ତି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି , ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ଦାସ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍‌ିକ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ