ଓଲଟି ପଡ଼ିଲା ଯାତ୍ରୀବାହୀ ବସ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଥାନା ଅନ୍ତର୍ଗତ ପାଙ୍ଗିଡି ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟାଇ ଥିବାବେଳେ ଯାତ୍ରୀମାନେ ମରଣ ମୁଖରୁ ବର୍ତ୍ତିଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ବୁଗୁଡା ରୁ ଭଞ୍ଜନଗର ଅଭିମୁଖେ ବାପାଙ୍ଗି ନାମକ ଏକ ଘରୋଇ ଯାତ୍ରୀବାହୀ ବସ ପାଙ୍ଗିଡି ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇ ରାସ୍ତା କଡ଼ କ୍ଷେତରେ ଓଲଟି ପଡିଥିଲା । ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ କେହି ମଧ୍ୟ ବଡ ଧରଣର ଆହତ ହୋଇନାହାଁନ୍ତି । ଦୁର୍ଘଟଣା ଘଟାଇ ଥିବା ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଚାଲିଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବୁଗୁଡା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ଆହାତ ବ୍ୟକ୍ତିଙ୍କୁ ଦମକଳ ଗାଡିରେ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ଅଭିଜ୍ଞତା ନଥିବା କେତେକ ଡ୍ରାଇଭରମାନଙ୍କ ବେପାରୁଆ ଗାଡିଚାଳନା ଯୋଗୁଁ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଢ଼ ଭାବେ ଯାଞ୍ଚ କରିବା ନିହାତି ଆବଶ୍ୟକ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ