ଜିଲ୍ଲାପାଳଙ୍କ ଭଣ୍ଡାରିପୋଖରୀ ବ୍ଲକ ପରିଦର୍ଶନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ସିଦ୍ଧେଶ୍ୱର ବଳିରାମ ବନ୍ଦାର ଆଜି ଅଚାନକ ଭଣ୍ଡାରିପୋଖରୀ ବ୍ଲକ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପ୍ରଥମେ ବସଷ୍ଟାଣ୍ଡ ଠାରେ ପଞ୍ଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସକୁ ବୁଲି ଦେଖିଥିବା ବେଳେ କଲ୍ୟାଣ ମଣ୍ଡପ ମଧ୍ୟ ପରିଦର୍ଶନ କରିଥିଲେ । ଏହାଛଡା ୫ଟି ଦ୍ୱାରା ନିର୍ମିତ ଭଣ୍ଡାରିପୋଖରୀ ହାଇସ୍କୁଲରେ ଜିଲ୍ଲାପାଳ ପହଞ୍ଚି ପିଲାମାନଙ୍କୁ ଶିକ୍ଷାଦାନ କରିଥିବା ବେଳେ ସେମାନଙ୍କ ସହିତ ଭାବ ବିନିମୟ ମଧ୍ୟ କରିଥିଲେ । ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ ଓ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ । ପରେ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ଭୂତଳ ଜଳ ସଂରକ୍ଷଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ବିଡ଼ିଓ ଦେବଦତ୍ତ ଦାସଙ୍କ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ