୭୩ତମ ବନମହୋତ୍ସବ ପାଳିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡାର ବନଖଣ୍ଡ ତରଫରୁ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନେତୃତ୍ୱରେ ୭୩ତମ ବନମହସୋବ ପାଳିତ ହୋଇଯାଇଛି ସ୍ଥାନୀୟ ଦଣ୍ଡପଦରର ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲେ ଏଥିରେ ବନଖଣ୍ଡ ଅଧୀକାରୀ ସମେତ କନ୍ଧମାଳଜିଲ୍ଲାପରିଷଦ ଚ୍ୟାରମେନ ନନ୍ଦିନୀ ମଳିକ, ଉପଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜିଆର ରାଘେବେନ୍ଦ୍ରୁ, ଭାରତୀୟ ଷ୍ଟେଟବ୍ୟାଙ୍କର ସିଏମ ନିଳକଣ୍ଠ ବେହେରା, ବିଜେଡି ବ୍ଲକ ସଭାପତି ଟୁନାଦାସ, ରେଂଜର ଉଦିତ ପ୍ରଧାନ, ଏନଏସି ଚ୍ୟାରମେନ ଗୋବିନ୍ଦ ପ୍ରଧାନ, ବ୍ଲକଅଧକ୍ଷା ମିଶାବତୀ ମଳିକ , ଆଇନଜୀବି କୌଶିକ ସାହୁ, ତହସିଲଦାର ଶଶାଙ୍କ ସେଖର ପାତ୍ର,ବିଧାୟକ ପ୍ରତିନିଧି ଅବନି ନାୟକ ପ୍ରମୁଖ ମଂଚାସୀନ ଥିଲେ । ଏସସିଏଫଓ ସୋମ୍ୟରୁପ ସାହୁ ମଂଚ ପରିଚାଳନା କରିଥିଲୋ । ଏଥିରେ ବୃକ୍ଷରୋପଣ କରିବା ଓ ପରିବେଷକୁ ନିୟନ୍ତ୍ରଣ କରିବା ସହ କନ୍ଧମାଳ ଜିଲ୍ଲାକୁ ସବୁଜ ସୁନ୍ଦର ଜିଲ୍ଲା କରିବା, ପରିବେଷ ଠିକ ରହିଲେ ସବୁ ଠିକ ହେବ ଓ ସମସ୍ତେ ସୁସ୍ଥ ଜୀବନଯାପନ କରିପାରିବା । ଏହାପରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା । ଆଜି ପାଂଚଶହରୁ ଉର୍ଦ୍ଦ ବୃକ୍ଷରୋପଣ କରାଯ୍‌ାଇଛି,ଏଥିମଧ୍ୟରୁ ରକ୍ତଚନ୍ଦ୍‌ନ, ମୟୁସୁର କୁଇନ, ବରଡା, ଛତିଆନା ଆଦି ଅନେକ ପ୍ରକାରର ଗଛ ଲଗାଯାଇଛି । ଏହି ଗଛସବୁକୁ ଯତ୍ନ ନେଇ ଗଛକୁ ବଢିବାରେ ସମସ୍ତଙ୍କ ସହାୟକ ଦରକାର ବୋଲି ବନଖଣ୍ଡ ଅଧିକାରୀ କହିଚନ୍ତି ।ଏଥିରେ ବନଖଣ୍ଡର ସମସ୍ତ କର୍ମଚାରୀ ଯୋଗଦେଇଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ