ଅବକାରୀ ଚଢଉ : ମହୂଲ ପୋଚ ନଷ୍ଟ, ଦେଶୀମଦ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)  :- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜିଲ୍ଲାରେ ଥିବା ବିଭିନ୍ନ ଅବକାରୀ ଥାନା ପକ୍ଷରୁ ଚଢଉ କରାଯାଇଥିବାର ଜଣାପଡିଛି | ଏହି କ୍ରମରେ ଜିଲ୍ଲାର ପାରଳା ଆଦର୍ଶ ଥାନା ଗୋଷାଣୀ ବ୍ଲକ ଅନ୍ତର୍ଗତ ତୁଳସୀପାଡୁ ଗ୍ରାମ ଠାରେ ଚଢଉ କରାଯାଇ ୨୮୦୦ଲିଟର ମହୁଲ ପୋଚକୁ ନଷ୍ଟ କରାଯାଇଥିବା ବେଳେ ଉଲ୍ଲେଖିତ ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ଠାରେ ଚଢଉ କରାଯାଇ ୧୮୦୦ଲିଟର ମହୁଲ ପୋଚକୁ ନଷ୍ଟ କରାଯାଇଥିବା ବେଳେ ୧୪୦ ଲିଟର ଦେଶୀ ରନ୍ଧାମଦକୁ ଜବତ କରାଯାଇ ଥିବାର ଜଣାପଡିଛି | ଏହି ଉଭୟ ଗ୍ରାମାଞ୍ଚଳରେ ପୃଥକଭ ଭାବେ ମିଳିତ ଅବକାରୀ ଚଢଉରେ ମୋଟ ୪୬୦୦ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୪୦ଲିଟର ଦେଶୀନଦକୁ ଜବତ କରିଥିବାର ସୂଚନା ପ୍ରଦାନ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ