ବସ ଦୁର୍ଘଟଣା : ଶିକ୍ଷୟତ୍ରୀଙ୍କ ମୃତ୍ୟୁ, 14 ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତକାଲି ରାତିରେ ଏକ ଘରୋଇ ଯାତ୍ରୀବାହୀ ବସ ସଡ଼କ ଦୁର୍ଘଟଣା ଘଟିଛି I ଏଥିରେ ପାରଳାଖେମୁଣ୍ଡି ସହରର ଜଣେ ଶିକ୍ଷୟିତ୍ରୀ ଙ୍କ ମୃତ୍ୟୁ ଘଟିଥିବାବେଳେ 30 ଜଣ ଆହତ ହୋଇଛନ୍ତି I ଏଥିରେ 14 ଜଣ ଗୁରୁତର ଅଛନ୍ତି I ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡି ଠାରୁ ଉମରକୋଟ ଯାଉଥିବା ସାଇକୃପା ନାମକ ଏକ ଘରୋଇ ବସ ଗତକାଲି ରାତିରେ ମୁକୁନ୍ଦପୁର ନିକଟସ୍ଥ ହାତୀଖମ୍ବା ଗ୍ରାମ ନିକଟରେ ହଠାତ ଓଲଟି ପଡିଥିଲା I ଏହି ସମୟରେ ବସରେ 40 ଜଣ ଯାତ୍ରୀ ଥିଲେ I ଏମାନଙ୍କ ମଧ୍ୟରୁ 30 ଜଣ ଆହତ ହୋଇଛନ୍ତି I 14 ଜଣ ଗୁରୁତର ଥିବା ସୂଚନା ମିଳିଛି I ଏହି ଦୃଘଟଣାରେ ପାରଳାଖେମୁଣ୍ଡି ସହରର ଶିକ୍ଷୟିତ୍ରୀ ସୁନୀତା ଶତପଥୀଙ୍କ ମୃତ୍ୟୁ ଘଟିଛି I ଗୁରୁତର ଆହତମାନଙ୍କୁ ମୁକୁନ୍ଦପୁର ଓ ଗୁଣୁପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି Iଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ଶିକ୍ଷୟିତ୍ରୀ ସୁନୀତା ଶତପଥୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ଠାରେ ଅଗାଢ଼ ଶୋକ ପ୍ରକାଶ ପାଇଛି I


