୪୭ଜଣ ଏ-୧ରେ ଉନ୍ନୀତ : ଦୁଇ ଭାଇ ବ୍ଲକରେ ସର୍ବାଧିକ ନମ୍ବର ରଖି ପ୍ରଥମ ଓ ଦ୍ୱିତୀୟ
ହାଟଡିହି, (ବିକାଶ ବିଶ୍ୱାଳ) :-ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ । ଏଥିରେ କେନ୍ଦୁଝର ଜିଲ୍ଲାରେ ୩୦୧ଜଣ ଛାତ୍ରଛାତ୍ରୀ ଏ-୧ରେ ସଫଳତା ହାସଲ କରିଥିବାବେଳେ ହାଟଡିହି ବ୍ଲକରେ ୪୭ଜଣ ଏ-୧ରେ ଉତ୍ତିଣ୍ଣ ହୋଇଛନ୍ତି । ଏଥିରେ ଜମ୍ଭୀରା ଆଶାଦେବୀ ହାଇସ୍କୁଲର ଦୁଇ ଭାଇ ସର୍ବାଧିକ ନମ୍ବର ରଖି ବକଲକରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ସ୍କୁଲର ବଳଭଦ୍ର ପାଢ଼ୀ ୫୮୪ନମ୍ବର ରଖି ପ୍ରଥମ ହୋଇଥିବାବେଳେ ତାଙ୍କ ସାନଭାଇ ଜଗନ୍ନାଥ ପାଢ଼ୀ ୫୮୦ ନମ୍ବର ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ବଳଭଦ୍ର ଓ ଜଗନ୍ନାଥ ସେହି ସ୍କୁଲର ସଂସ୍କୃତ ଶିକ୍ଷକ ଲକ୍ଷ୍ମଣ କୁମାର ପାଢ଼ୀ ଓ କୁମୁଦୁନୀ ପାଢ଼ୀଙ୍କ ପୁଅ ହୋଇଥିବାବେଳେ ଉଭୟେ ଜାଆଁଳା ଭାଇ ବୋଲି ଜଣା ପଡିଛି । ଭବିଷ୍ୟତରେ ସେମାନେ ଜଣେ ଜଣେ ଇଞ୍ଜିନିୟର ହେବେ ବୋଲି ପ୍ରକାଶ କରିଛନ୍ତି । ସେହିପରି ଶାଳଣିଆଁ ହାଇସ୍କୁଲର ସ୍ୱାତିକୀ ପ୍ରୀୟଦର୍ଶନୀ ବେହେରା ୫୭୬ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଥିବାବେଳେ ଟିଏମ ଏକାଡେମୀ ହାଇସ୍କୁଲର ରୁଦ୍ରନାରାୟଣ ମିଶ୍ର ୫୭୫ନମ୍ବର ରଖି ଚତୁର୍ଥ, ହାଟଡିହି ହାଇସ୍କୁଲର ଚିନ୍ମୟୀ ବିଶ୍ୱବନ୍ଦିତା ବେହେରା ୫୭୪ ନମ୍ବର ରଖି ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ସେହିପରି ଶାଳଣିଆଁ ହାଇସ୍କୁଲ ମାଟ୍ରିକ ପରୀକ୍ଷା ସଫଳତାରେ ପ୍ରଥମଥର ପାଇଁ ସର୍ବକାଳୀନ ରେକର୍ଡ କରିଛି । ଏହି ସ୍କୁଲର ୧୨ଜଣ ଏ-୧ରେ ଉତ୍ତିର୍ଣ୍ଣ ହୋଇଛନ୍ତି । ଶାଳଣିଆଁ ହାଇସ୍କୁଲର ଶୁଭାଶିଷ ବେହେରା(୫୬୪), ଶୁଭଶ୍ରୀ ସା(୫୫୮), ସ୍ମୀତା ଶୁଭଦର୍ଶନୀ ଦେଓ (୫୫୭) ବେଦମତୀ ସା(୫୫୫), ପ୍ରବୀର କୁମାର ମିଶ୍ର(୫୫୪)ଆଦର୍ଶ କୁମାର ବେହେରା(୫୫୦), ସାଇପ୍ରାର୍ଥନା ନାୟକ (୫୫୦), ଦେବସ୍ମୀତା ବେହେରା (୫୪୮), ଅଚୁ୍ୟତା ପରମାନନ୍ଦ ବାରିକ (୫୪୬), ସୀମା କଲ୍ୟାଣୀ ବେହେରା (୫୪୩), ସସ୍ମୀତା ସ୍ୱାଇଁ(୫୪୦) ଏ-୧ ସଫଳତା ହାସଲ କରିଛନ୍ତି । ସେହିପରି କଳିଗାଁ ହାଇସ୍କୁଲର ୯ଜଣ ଏ-୧ରେ ଉତ୍ତିର୍ଣ୍ଣ ହୋଇଛନ୍ତି । ସେମାନେ ହେଲେ ଅମୀୟ କୁମାର ବେହେରା (୫୬୪), ଶୁଭସ୍ମୀତା କର(୫୬୩), ଶୁଭଲକ୍ଷ୍ମୀ ଦାସ(୫୬୦), ବିଭୁଦତ୍ତ ପାତ୍ର(୫୫୪), ରୁଦ୍ରନାରାୟଣ ସାହୁ (୫୫୪), ଭାଗ୍ୟଲକ୍ଷ୍ମୀ ମହାପାତ୍ର (୫୫୨), ରଶ୍ମିତା ବାରିକ (୫୪୯), ରଜତ ସାହାଣି (୫୪୫), ଶକ୍ତି ସୁରଞ୍ଜନ ଜେନା (୫୪୩) । ସେହିପରି ବାରିଗାଁ ନିଶାକର ହାଇସ୍କୁଲର ଛାତ୍ରୀ ସୋନାଲୀ ପୁହାଣ ୫୪୮ ନମ୍ବର ରଖି ବିଦ୍ୟାଳୟ ପାଇଁ କୃତ୍ତିତ୍ୱ ଆଣି ଦେଇଛନ୍ତି । ସେହିପରି ଷଡଙ୍ଗ ହାଇସ୍କୁଲର ୫ଜଣ ଛାତ୍ରଛାତ୍ରୀ ଏ-୧ରେ ସଫଳତା ଅର୍ଜନ କରିଛନ୍ତି । ସେମାନେ ହେଲେ ସ୍ୱାଗତିକା ବେହେରା (୫୬୩), ଲକ୍ଷ୍ମୀପ୍ରୀୟା ସେନାପତି (୫୫୮), ଶ୍ରାବଣୀ ସା(୫୫୭) ଶୁଭମ ଜିତ ଓଝା (୫୪୧), । ସେହିପରି ହାବଳେଶ୍ୱର ହାଇସ୍କୁଲର ସ୍ୱାଧିନ ସାହୁ(୫୪୭) ଓ ମହେଶ କୁମାର ସାହୁ(୫୪୦) , ବଞ୍ଚୋ ବରାହୀ ହାଇସ୍କୁଲରେପ୍ରାଚୀଶ୍ରୀ ନାୟକ (୫୫୧), ଅନାମିକା ଜେନା(୫୫୧), ସିଦ୍ଧୁପ୍ରକାା ଜେନା(୫୪୨) ପ୍ରମୁଖ ୩ଜଣ ଏ-୧ ପାଇଛନ୍ତି । ସେହିପରି ମୁଗୁପୁର ହାଇସ୍କୁଲର ସ୍ୱାଧିନା ସାହୁ (୫୪୭) ଓ ମହେଶ କୁମାର ସାହୁ (୫୪୦), ହାଟଡିହି ହାଇସ୍କୁଲର ବିଭୁପ୍ରସାଦ ଶାସିନି (୫୬୧) ଅନ୍ନପୁର୍ଣ୍ଣା ବାଳିକା ହାଇସ୍କୁଲର ଅନନ୍ୟା ସ୍ୱାଇଁ, ସେହିପରି ଡଅଁର ଟି.ଏମ ଏକାଡେମୀର ହିମାଶୁଂ ଶେଖର ପଣ୍ଡା ((୫୫୭) , ରସ୍ମିତା ସାହୁ(୫୫୬), ପ୍ରଜ୍ଞା ପରମିତା ନାୟକ(୫୪୬) ପ୍ରମୁଖ ୪ଜଣ ଛାତ୍ରଛାତ୍ରୀ ଏ-୧ରେ ସଫଳତା ହାସଲ କରିଛନ୍ତି । ଏ-୧ରେ ସଫଳତା ପାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।


