ବ୍ଲକ ଟପର ଦୁଇଛାତ୍ରଙ୍କୁ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :-ମାଟ୍ରିକ ପରୀକ୍ଷାରେ ସମଗ୍ର ବ୍ଲକରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ହାଟଡିହି ବ୍ଲକ ଜମ୍ଭୀରା ଆଶଦେବୀ ହାଇସ୍କୁଲର ଛାତ୍ର ବଳଭଦ୍ର ପାଢ଼ୀ ଓ ଜଗନ୍ନାଥ ପାଢ଼ୀଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସ୍କୁଲ ପରିସରରେ ଅୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମୀରେଖା ସାହୁ, ଶିକ୍ଷକ ପ୍ରଶାନ୍ତ କୁମାର ବେହେରା, ପୁରୁଷୋତ୍ତମ ସାହୁ, ମହେଶ୍ୱର ବେହେରା, ଲକ୍ଷ୍ମଣ କୁମାର ପାଢ଼ୀ, ଅଜୟ କୁମାର ଜେନା, ଆର୍ତ୍ତତ୍ରାଣ ସାହୁ, ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ କୃତ୍ତୀ ଦୁଇ ଛାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉତ୍ତୋରତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସାହୁ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବଳଭଦ୍ର ଓ ଜଗନ୍ନାଥଙ୍କ ପରି ବିଦଞ୍ୟାଳୟର ଟେକ ରଖିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର କର୍ମଚାରୀ ନିମାଇଁ ଚରଣ ଜେନା, ନାରାୟଣ ଗିରି, ମଧୁସୁଦନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


