ବାଲିଗୁଡାରେ ପିସିସି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ପିସିସି ସଭାପତି ସରତ ପଟ୍ଟନାୟକଆଜି ଭୁବ ନେଶ୍ୱରରୁ ନବରଙ୍ଗପୁର ଏକ ଗ୍ରସ୍ତରେ ଯାଉଥିଲେ । ଏହି ଯିବା ବାଟରେ ବାଲିଗୁଡା ଦେଇ ଯିବା ଖବର ପାଇ ବାଲିଗୁଡା କଂଗ୍ରେସ ଦଳ ତରଫରୁ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଦନା କରିବା ସହ ଏକ ବାଇକ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ କଲେଜ ଛକ ପର୍ଯ୍ୟନ୍ତ ଛାଡିଯାଇଥିଲେ । ଦଳର ନେତା ମାନଙ୍କ ସହ କଥାବାର୍ତା କରିଥିଲେ ସଭାପତି । ବାଲିଗୁଡା କଂଗ୍ରେସ ଦଳର ବରିଷ୍ଠ କର୍ମି ସିମାଂଚଳ ଆଚାର୍ଯ୍ୟ,ନଗର ସଭାପତି ସପ୍ନେଶ୍ୱର ସାହୁ,ବ୍ଲକ ସଭାପତି ଆଇବର ନୟକ, ସମେତ ବହୁ କଂଗ୍ରେସ ଦଳର କର୍ମିମାନେ ଉପସ୍ଥିତ ଥିଲେ ।ପିସିସି ସଭାପତିଙ୍କ ଏହି ଗ୍ରସ୍ତରେ ବାଲିଗୁଡା କଂଗ୍ରେସ ଦଳରେ ବହୁ ଉତ୍ସାହ ବଢିଥିବାର ଦେଖିବାକୁ ମିଳିଥିଲା ।


