ଡ୍ରିମ୍ ଆଇଡଲ ସ୍କୁଲ ପକ୍ଷରୁ ବନ ମହୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :-ଡ୍ରିମସ ଆଇଡଲ ସ୍କୁଲ ପକ୍ଷରୁ ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ସେଠାରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ଗଙ୍ଗାଧର ଦାସ ଅଧ୍ୟକ୍ଷତା କରିବା ସହିତ ବନ ମହୋତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ଉପ-ଜିଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଏକାନ୍ତ ଆବଶ୍ୟକତା ଅଛି ବୋଲି କହିଥିଲେ । ସହଦେବଖୁଣ୍ଟା ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ସୁଧାଂଶୁ ଶେଖର ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ସଂସ୍କୃତି ଅଧିକାରୀ ଗଗନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରେଣୁବାଳା ଦାସ, ରଶ୍ମି ଦାସ, ସିଆରସିସି ସୁରମା ନନ୍ଦ, ଡ୍ରିମସ ଆଇଡଲ ସ୍କୁଲର ପରିଚାଳନା କମିଟି ସମ୍ପାଦକ ଭାବଗ୍ରାହୀ ମହାନ୍ତି ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ପ୍ରତି ବଢ଼ି ଚାଲିଥିବା ଗ୍ଲୋବାଲ ୱାର୍ମିଂ ସମଗ୍ର ବିଶ୍ୱ ପାଇଁ ମହାବିପଦ ହୋଇଛି ବୋଲି ମତପ୍ରକାଶ କରିଥିଲେ । କେବଳ ବନ ମହୋତ୍ସବ ପାଳନ ନୁହେଁ ବରଂ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ସ୍ତରରୁ ବୃକ୍ଷ ରୋପଣ ନିମେନ୍ତ ଉଦ୍ୟମ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପିତା ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉପାଧ୍ୟକ୍ଷା ରେହେନା ବେଗମ୍ଙ୍କ ସମେତ ସତ୍ୟାଭାମା ପ୍ରଧାନ, ଦୀପାଞ୍ଜଳି ଦାସ, ସ୍ମୃତିସୁଧା ଦାସ, ଆରତିବାଳା ଦାସ, ଶାନ୍ତିଲତା ଖଟୁଆ, ଦେବଶ୍ରୀ ଗିରି, ଅନୀତା ଦାସ, ରଶ୍ମିରେଖା ଦାସ, ଦ୍ୱିତୀକୃଷ୍ଣ ମହାନ୍ତି, ଭଗବାନ ବେହେରା, ରୁନି ସିଂ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


