ପାଣିଛତ୍ର ମେଗା ନର୍ସରୀ ଠାରେ ବନ ମହୋତ୍ସବ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ପାଣିଛତ୍ର ନିକଟସ୍ଥ ଟଭାଗୋଲାରାଗଡ ସଂରକ୍ଷିତ ଜଙ୍ଗଲ ର ମେଗା ନର୍ସରୀ ଠାରେ
୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ହିମାନ ନାୟକ, ଫରେଷ୍ଟର ସବିର କୁମାର ସାହୁ ପ୍ରମୁଖ ଯୋଗଦାନ କରି ବିଭିନ୍ନ ବୃକ୍ଷ ଚାରା ରୋପଣ କରିଥିଲେ । ପ୍ରତିବର୍ଷ ବନ ମହୋତ୍ସବ ସପ୍ତାହ ଅବସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେହି ବୃକ୍ଷ ଚାରା ଗୁଡ଼ିକ ଯତ୍ନ ଅଭାବରୁ ନଷ୍ଟ ହେଉଛି। ବୃକ୍ଷ ରୋପଣ କରିଦେଇ ବନବିଭାଗ, ସ୍ବେଛାସେବୀ ସଂଗଠନ ସବୁ ନିଜ ଦାୟିତ୍ୱ ସାରିଦେଉଛନ୍ତି । ପରେ ସେହି ବୃକ୍ଷ ଚାରା ବଞ୍ଚୁଛି କି ନଷ୍ଟ ହେଉଛି କେହି ତଦାରଖ କରୁନାହାନ୍ତି ଫଳରେ ବନ ମହୋତ୍ସବ ସପ୍ତାହ ପାଳନ ଏକ ପ୍ରହସନ ଓ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ପାଲଟିଛି । ବେଆଇନ କରତ କଳ ବନ୍ଦ କରିବା ଦିଗରେ ଅସ୍ତରଙ୍ଗ ବନ ବିଭାଗ ବିଫଳ ହୋଇ ଥିବାବେଳେ ବନ ମହୋତ୍ସବ ପାଳନ କରି ବୃକ୍ଷ ଚାରା ରୋପଣ କରି ନିଜ ପାରିବା ପଣିଆ କୁ ଲୁଚାଇବାକୁ ଅପଚେଷ୍ଠା
କରୁଛି ବୋଲି ସାଧାରଣ ଲୋକ ମାନେ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ