ଆବାସ ଯୋଜନା ଲକ୍ଷ୍ୟଠାରୁ ବହୁ ଦୂରରେ : ବିପଦପୂର୍ଣ୍ଣ କୁଡ଼ିଆରେ ସଢୁଛି ତିନି ଜୀବନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅସହାୟ ଓ ଗରିବ ଲୋକଙ୍କୁ ଆବାସ ଯୋଗାଇବା ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହୋଇଛି I ହେଲେ ଏହି ଆବାସ ଯୋଜନା ଗଜପତି ଜିଲ୍ଲାରେ ଲକ୍ଷ୍ୟଠାରୁ ବହୁ ଦୂରରେ ଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି I ଗତ 5 ବର୍ଷ ଧରି ଗଜପତି ଜିଲ୍ଲାର ମୋହନା ବ୍ଲକ ମହାକୁମା ଠାରେ ଏକ ବିପଦପୂର୍ଣ୍ଣ କୁଡ଼ିଆରେ ପାଲ ତଳେ ଅତ୍ୟନ୍ତ ଦୁର୍ଦିନରେ କଟାଇ ଆସୁଛନ୍ତି 3 ଜଣ ମହିଳା I ପ୍ରକୃତ ହିତାଧିକାରୀ ଏବଂ ଅସହାୟ ଗରିବଙ୍କୁ ଆବାସ ଯୋଜନାରେ ଘରଟିଏ ମିଳୁ ନଥିବାବେଳେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ଘର ଦିଆ ଯାଉଥିବା ଅଭିଯୋଗ ହେଉଛି I ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟଳୟ ଠାରୁ କିଛି ଦୂରରେ ରହିଛି ଭିନ୍ନକ୍ଷମ ପାଲଟିଥିବା ସୁମିତ୍ରାଙ୍କ ଭଙ୍ଗା ଦଦରା ଜରି କୁଡ଼ିଆ I ଏହି ଜରି କୁଡ଼ିଆରେ ଜୀବନଯାପନ କରୁଛନ୍ତି ସୁମିତ୍ରାଙ୍କ ସହ ତାଙ୍କ ରୋଗୀନା ଝିଅ ଓ ନାତି I ସରକାର ବାସହୀନଙ୍କୁ ବାସ ଯୋଗାଇବା ପାଇଁ ଯୋଜନା କରିଛନ୍ତି କିନ୍ତୁ ଯୋଜନା ଯୋଜନାରେ ରହିଯାଉଛି I ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଘର ଖଣ୍ଡେ ତାଙ୍କୁ ମିଳି ପାରିନାହିଁ I ଫଳରେ ଦୀର୍ଘ 5 ବର୍ଷ ହେବ ଭଙ୍ଗା ଦଦରା ଘରେ ପଲିଥିନ ଘୋଡାଇ ବିପଦ ସଂକୁଳ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଛନ୍ତି I ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରି କରିଛନ୍ତି I ହେଲେ ତାଙ୍କ ପ୍ରତି କାହାରି ସୁଦୃଷ୍ଟି ପଡ଼ିନାହିଁ I ଏବେ ଲାଗି ରହିଛି ଲଗାଣ ବର୍ଷା I କେତେବେଳେ ଯେ ଏହି ପାଲ ଛପର ପଲିଥିନ କୁଡ଼ିଆ ଭୁଶୁଡି ପଡିବ ତାର ମଧ୍ୟ ଠିକ ଠିକଣା ନାହିଁ I ଏମିତିରେ ଭରସାରେ ମା, ଝିଅ ଓ ନାତି ଏହି ଛପର ଘରେ ଦିନ କାଟୁଛନ୍ତି I ହେଲେ ମା ଭିନ୍ନକ୍ଷମ ହୋଇଥିବାବେଳେ ଝିଅ ମଧ୍ୟ ମାନସିକ ରୋଗରେ ପୀଡିତ I ରୋଜଗାର କହିଲେ କିଛି ନାହିଁ I ମୋହନା ଗ୍ରାମ ପଞ୍ଚାୟତରୁ 5 କିଲୋ ଟଙ୍କିଖିଆ ଚାଉଳ ମିଳୁଥିବା କିନ୍ତୁ ଚାଉଳ ମଧ୍ୟ ଏବେ ଯୋଗାଣ ବିଭାଗ ବନ୍ଦ କରିଦେଇଛି I ଯାହା ଫଳରେ କିଛି ଲୋକେ ବେଳେବେଳେ ରନ୍ଧା ଖାଦ୍ୟ ଦେଉଥିବା ବେଳେ ବହୁ ସମୟରେ ପେଟରେ ଓଦା ଗାମୁଛା ପେଟରେ ପକାଇ ରହିବାକୁ ପଡୁଛି I ଫଳରେ ଭାଗ୍ୟକୁ ଆଦରି ଚୁପ ରହିଥିବା ସୁମିତ୍ରା କୋହ ଭରା କଣ୍ଠରେ ସରକାରଙ୍କୁ ସାହାର୍ଯ୍ୟର ହାତ ମାଗିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ