ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅଭିଭାବକ -ଶିକ୍ଷା ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଓଡିଶାର ସର୍ବ ପ୍ରଥମ ପ୍ରତିଷ୍ଠା ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି /ଜାତି, ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ -ଶିକ୍ଷକ ସମ୍ମିଳନୀ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ କଥାଶିଳ୍ପୀ ଲଳିତ ମହାନ୍ତ ଯୋଗ ଦେଇଥିଲେ ।ବିଶେଷତଃ ବିଦ୍ୟାଳୟରେ ଶିକ୍ଷୟତ୍ରୀ, ଅଭିଭାବକ-ଛାତ୍ରୀମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଶିକ୍ଷାନୁଷ୍ଠାନର ବିକାଶ, ବିଦ୍ୟାର୍ଥୀ ମାନଙ୍କର ପାଠପଢା, ଆତ୍ମ ବିଶ୍ୱାସ, ବୌଦ୍ଧିକ ବିକାଶ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ