କାମ୍ପ ବର୍ଗ  ଜାତିର  ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ  ଜିଲ୍ଲାର ସମସ୍ତ କାମ୍ପ ବର୍ଗ  ଜାତିର ଏକ ବୈଠକ ଅନୁଷ୍ଟିତ ହୋଇଛି ।  ଏହି ବୈଠକରେ  କାମ୍ପ ଜାତିକୁ   ସେଣ୍ଟ୍ରାଲ ଓବିସି ବର୍ଗରେ ମିଶେଇବାପାଇଁ  ଆଲୋଚନା  କରିଛନ୍ତି ଏବଂ  ଆସନ୍ତା  ୧୫.୦୭.୨୦୨୨ ତାରିଖରେ  ଜିଲ୍ଲାର ସମସ୍ତ ପଞ୍ଚାୟତ ରୁ  ଆସିଥିବା କାମ୍ପ ବର୍ଗର ଲାକମାନେ   ଭୁବନେଶ୍ବରରେ ପହଞ୍ଚି ଓବିସି କମିଶନରଙ୍କୁ ସାକ୍ଷାତକାର କରିବାନିମନ୍ତେ  ନିଷ୍ପତି ନେଇଛନ୍ତି । ଏହି ବୈଠକରେ  ଲୋକପ୍ରତିନିଧି  ତଥା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ  ଗବରା ତିରୁପତି ରାଓ, କାଶିନଗର ବ୍ଲକ ଅଧ୍ୟକ୍ଷା  ବାଲ୍ଲା  ସାୟମ୍ମା, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରାରାଜୁ , ବରିଷ୍ଟ ନେତା ଏସ. ଗଜପତି ରାଓ, ଜୋନ -୬  ଜିଲ୍ଲା ପରିଷଦ ସଦସ୍ୟ  ଏସ୍. ବାଲରାଜୁ, ପାରଳାଖେମୁଣ୍ଡି  ପୌର ଉପାଧକ୍ଷ  ଲେଙ୍କା ମଧୁ, କାଶୀନଗର ଏନ୍ଏସି  ଊପାଧକ୍ଷ  ରଘୁରାମ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ