ବିଦ୍ୟୁତ ଆଘାତରେ ଦୁଇ ବଳଦ ମୃତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ପିରିକୁଡି ଗ୍ରାମପଞ୍ଚାୟତ ଖଉମୁଣ୍ଡା ଠାରେ ବିଦ୍ୟୁତ୍ ଆଘାତରେ ଦୁଇ ବଳଦ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଗୁଡ୍ରିସାହି ବିଷ୍ଣୁ ଚରଣ ବେହେରା ଏବଂ ଖଉମୁଣ୍ଡା ଗ୍ରାମର ଅରବିନ୍ଦ କହଁର ଗତକାଲି ସକାଳୁ ଚାଷକାମ ସାରି ଗୋରୁ ଚରାଇବାକୁ ଛାଡି ଦେଇଥିଲେ । ଜଙ୍ଗଲିଆ ସ୍ଥାନରେ ଥିବା ବିଦ୍ୟୁତ୍ ଖୁଣ୍ଟ ଏବଂ ଖୁଣ୍ଟ ପାଖରେ କୌଣସି କାରଣରୁ ଏହି ଦୁଇଟି ବଳଦ ଦେହରେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିବା ଅନୁମାନ କରାଯାଉଛି । ଫଳରେ ଦୁଇଟି ବଳଦର ମୃତ୍ୟୁ ହୋଇଥିବା ଜଣାପଡିଛି। ଉଭୟ ଚାଷୀ ବିଷ୍ଣୁ ଚରଣ ବେହେରା ଏବଂ ଅରବିନ୍ଦ କହଁର ବଳଦ ଖୋଜୁଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ପାଖରେ ବଳଦ ମରି ପଡିଥିବା ଦେଖି ବିଦ୍ୟୁତ୍ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ବିଭାଗୀୟ କର୍ମଚାରୀ ବିଦ୍ୟୁତ୍ କାଟ କରିବା ପରେ ଉଭୟ ବଳଦ ମାଲିକ ଘଟଣା ସ୍ଥଳରେ ପହଞ୍ଚି ନିଜ ନିଜ ବଳଦ ବିଦ୍ୟୁତ୍ ଆଘାତରେ ମରିଥିବା ଜାଣି ପାରିଥିଲେ। ଉଭୟ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବୀ ହୋଇଛି l


