ନିମ୍ନ ମାନର କାର୍ଯ୍ୟ, ବର୍ଷେ ନପୂରୁଣୁ ଭୁଶୁଡିଲା ପାଚେରୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପାଣିରେ ପଡିଲା ସରକାରଙ୍କ ଲକ୍ଷାଧିକ ଟଙ୍କାର କାମ | ଗୋଟିଏ ରାତିର ବର୍ଷାରେ ପାଚେରୀ ଭୁଶୁଡିଲା ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଆଦର୍ଶ ପୋଖରୀ ପାଖରେ | ଏନ.ଏ.ସି ସୌନ୍ଦର୍ଯ୍ୟ କରଣ ପାଇଁ ପୋଖରୀର ଚତୁଃପାର୍ଶ୍ଵରେ ଗତ ବର୍ଷ ପାଚେରୀ ନିର୍ମାଣ କରାଯାଇଥିଲା ଗତ ରାତିର ଗୋଟିଏ ବର୍ଷାରେ ପାଚେରୀ ଧୋଇ ନେଇଛି | ବର୍ଷେ ନପୂରୁଣୁ ପାଚେରୀ ଭାଙ୍ଗିଥିବା ଯୋଗୁଁ ଏହା ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ