ଯଶୋଦା ଫାଉଣ୍ଡେସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମ ଠାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଉଳଗାଁ ସରପଂଚ ପ୍ରତିମା ଦାସ, ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ପରିଡା, ସମିତିସଭ୍ୟ ରାମଚନ୍ଦ୍ର ପରିଡା, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହା ସହ ଶିବିରକୁ ଆସିଥିବା ସମସ୍ତ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ । ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ ଏହି ଶିବିରରେ ଆମ୍ବପୁଆ ସ୍ଥିତ ଏଲ. ଇି. ପ୍ରସାଦ ଚକ୍ଷୁ ଚିକିତ୍ସା ଅନୁଷ୍ଠାନର ଡାକ୍ତର ମାନେ ଯୋଗ ଦେଇ ୭୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କ ବିଭିନ୍ନ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ । ଏହା ସହ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ନିମନ୍ତେ ଚିହ୍ନଟ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ଭିକାରୀ ଚରଣ ଦାସ, ରଞ୍ଜନ ଦାସ, ଦୀନବନ୍ଧୁ ଦାସ, ସୁକ ସାହୁ, କାଳିଆ ସେଠୀ, ବଳିଆ ସେଠୀ, ମଙ୍ଗଳା ସେଠୀ, ଭ୍ରମରା ଦାସଙ୍କ ସମେତ ବହୁ ୱାର୍ଡ ମେମ୍ବର, ଏମବିକେ ଓ ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନା କରିଥିଲେ ।