ନଦୀରେ ବନ୍ୟା : ୩ ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ
ଫୁଲବାଣୀ, (ସୁନୀଲ କୁମାର ବେହେରା) :-ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ଆସିବା ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୂ ବିଛିନ୍ନ ହୋଇଯାଇଥିବା ଖବର ମିଳିଛି l ଫୁଲବାଣୀ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ସହରର ନଦୀଖଣ୍ଡି ସାହି ଡ୍ୟାମ ଉପରେ ୩ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି l ଫଳରେ ଡାକପାଲା,ଦାମିଗାଁ, ନୁଆରୀପଦର, ଆଲlମି ପଂଚାୟତ ବାହ୍ୟ ଜଗତରୂ ବିଛିନ୍ନ ହୋଇଯାଇଛି l ସେହିପରି ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରକୃତି ବିହାରର ଡ୍ରେଇନରେ ଆସୁଥିବା ପାଣି ଚୋକ ହେବାରୁ ଦୁର୍ଗନ୍ଧ ପାଣି ରାସ୍ତା ସମେତ ଘର ଭିତରକୁ ପଶିଥିବା ଦେଖିବାକୁ ମିଳିଛି । ସେହିପରି ଲଗାଣ ବର୍ଷା ରେ ଫୁଲବାଣୀ ଗତବର୍ଷ ନୂଆକରି ନିର୍ମାଣ ହୋଇଥିବା ନାରାୟଣୀ ପାର୍କର ପାଚେରୀ ଭୁଷୁଡି ଯାଇଛି l ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କେତେ ମଜବୁତରେ ପାର୍କ କାମ ହୋଇଥିଲା । ଫୁଲବାଣୀ ସହର ସମେତ ଲଗାଣ ବର୍ଷlରେ କେତକ ସ୍ଥାନରେ କଚାଘର ଭୁଶୁଡିପଡ଼ିଥିବା ସୂଚନା ମିଳିଛି l ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦ୍ରୁଷ୍ଟି ରଖାଯାଇଥିବା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ସୂଚନା ଦେଇଛନ୍ତି l


