ରୋଟାରୀ କ୍ଳବ ଫୁଲବାଣୀ ର ୪୨ତମ ଅଧିଷ୍ଠାନ ଦିବସ ପାଳିତ

ଫୁଲବାଣୀ, (ସୁନୀଲ କୁମାର ବେହେରା) :-କନ୍ଧମାଳ ଜିଲ୍ଲାର ସ୍ଥାନୀୟ କେ.ପି ସାଲୁଙ୍କି ପରିସରରେ ଶନିବାର ଦିନ ସନ୍ଧ୍ୟାରେ ରୋଟାରୀ କ୍ଳବ ଫୁଲବାଣୀ ର ୪୨ତମ ଅଧିଷ୍ଠାନ ଦିବସ ପାଳିତ ହୋଇ ଯାଇଛି।ସମସ୍ତ ପାରିପାର୍ଶ୍ବିକ ଶୃଙ୍ଖଳା ଓ ସାମାଜିକ ନିୟମକୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେଭୁବନେଶ୍ୱରର ତୋଷାଳି କ୍ଲବର ଡିଜିଏନ ଶ୍ରୀଯୁକ୍ତ ଜଜ୍ଞଶିଷ ମହାପାତ୍ର ଯୋଗ ଦେଇ ରୋଟାରୀର ଆଭିମୁଖ୍ୟ, କର୍ତ୍ତବ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଭାବଗର୍ଭକ ଭାଷଣ ପ୍ରଦାନ କରିଥିଲେ।ପୂର୍ବତନ ସମ୍ପାଦକ ରୋଟାରିଆନ ଜୀବନ ଚନ୍ଦ୍ର ସାହୁ ବାର୍ଷିକ କାର୍ଯ୍ୟ ବିବରଣୀ ପାଠ କରିଥିଲେ।ପୂର୍ବତନ ସଭାପତି ରୋଟାରିଆନ କୁନ୍ଦନ ସିଂ କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ରୋଟାରୀର ବିଶୃତ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ୨୦୨୨-୨୩ ପାଇଁ ସଭାପତି ରୂପେ ରୋଟାରିଆନ ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ଏବଂ ସମ୍ପାଦକ ପଦ ନିମନ୍ତେ ରୋଟାରିଆନ ମନୋରଞ୍ଜନ ପଟ୍ଟନାୟକ ନବ ନିର୍ବାଚିତ ହୋଇ ଥିଲେ।ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ନବ ନିର୍ବାଚିତ ସଭାପତି ସବିଶେଷ ସୂଚନା ପ୍ରଦାନ କରିଥିଲେ।ସମାଜର ବିଭିନ୍ନ ପ୍ରଶାସନିକ ସ୍ତରରେ ବିଭିନ୍ନ ବିଭାଗରେ ତଥା ସାମଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ହାସଲ କରିଥିବା ବ୍ୟକ୍ତି ବିଶେଷ ତଥା ସିଏଚସିର ଆଶାକର୍ମୀ ଶ୍ରୀମତୀ ନନ୍ଦିନୀ ପ୍ରଧାନ, ଫୁଲବାଣୀ ମୁନିସିପାଲିଟି ର ସଫେଇ କର୍ମଚାରୀ ସୁଜିତ ନାୟକ ଓ ଆରତୀ ମୁଖୀ, ଉତ୍ତମ ଅଙ୍ଗନବାଡି କର୍ମୀ ଗୀତାଞ୍ଜଳୀ କହଁର, ପଠାଣି ସାମନ୍ତ ମେଧାବୃତ୍ତି ଓ ଚଳିତବର୍ଷ ୧୦ମ ବୋର୍ଡ ପରୀକ୍ଷାରେ ଫୁଲବାଣୀରେ ପ୍ରଥମ ସ୍ଥାନ ହାସଲ କରିଥିବାସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରାବଣୀ ଦାଶଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରୋଟାରିଆନ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ପାଣିଗ୍ରାହୀ,ପବନ କୁମାର ଅଗ୍ରୱାଲ, ପ୍ରକାଶ କୁମାର ପଣ୍ଡା, ବିରାଜିନୀ ମହାପାତ୍ର, ସୁନୀତି ଆଚାରୀ, ଦେବେନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ସୁବୁଦ୍ଧି, ଶେଷରେ କ୍ଳବର କୋଷାଧ୍ୟକ୍ଷ ରୋଟାରିଆନ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ