କେନ୍ଦ୍ରାପଡା କଲେଜ ସମାଜ ଶାସ୍ତ୍ର ସ୍ନାତ୍ତକୋତ୍ତର ବିଭାଗରେ ବିଦାୟକାଳୀନ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜ ଶାସ୍ତ୍ର ସ୍ନାତ୍ତକୋତ୍ତର ବିଭାଗରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଡଃ. ସୁଷମା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସମାଜ ଶାସ୍ତ୍ର ସ୍ନାତ୍ତକୋତ୍ତର ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥିସହିତ ସେମାନଙ୍କ ଭବିଷ୍ୟତ ଜୀବନର ଉତ୍ତରତ୍ତୋର ଉନ୍ନତି କାମନା କରି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ସମାଜ ଶାସ୍ତ୍ର ବିଭାଗର ଅଧ୍ୟାପକ ମଧୁସ୍ମିତା ସିଂ, ଶିଳ୍ପ ସମାଜ ଶାସ୍ତ୍ର ବିଭାଗ ଅଧ୍ୟାପକ ସାଇନାଜ ଖାତୁନଙ୍କ ସମେତ ଅଧ୍ୟାପିକା ବନ୍ଦିତା ପରିଡା, ଶୁଭଶ୍ରୀ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଭାକୁ ବିଭାଗର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ