ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କ.ନୁଆଗାଁ ବ୍ଲକ ପରିସରରେ ଜିଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଙ୍କ ଅଭିଯୋଗ ସୁଣାଣି କରିଛନ୍ତି । ଏହି ଅଭିଯୋଗ ଶୁଣାଣିରେ ୧୮୪ଟି ଅଭିଯୋଗ ସୁଣାଣି କରିଛନ୍ତି । ଏଥିମଧ୍ୟରୁ ୪ଗୋଟି ଗୋଷ୍ଠିଗତ ଅଭିଯୋଗ ଥିଲା । ଉପଜିଲ୍ଲାପାଳ ଦୁଖବନ୍ଧୁ ନାୟକ,ବାଲିଗୁଡା ପିଏ ଆଇଟିଡିଏ ମଧୁସୁଦନ ବେହେରା,କ.ନୁଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ମଂଚାସୀନ ଥିଲେ ।ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ଦୀର୍ଘବର୍ଷପରେ ଜନଶୁଣାଣି ହୋଇଥିବାରୁ ବହୁସଂଖ୍ୟାରେ ଅଭିଯୋଗ କରିବାକୁ ଆସିଥିଲେ । ରାସ୍ତାଘାଟ ସମସ୍ୟା,ଆବାସ ଯୋଜନା,ପାନୀୟଜଳ,ସ୍ୱାସ୍ଥ୍ୟ,ଶିକ୍ଷା ସମସ୍ୟା ଆଦି ସମସ୍ୟା ଲୋକେ ଆଣିଥିଲେ । ଜିଲ୍ଲାପାଳ କହିଛନ୍ତି ଏହି ବ୍ଲକର ଅନେକ ଗ୍ର।ମ ରହିଅଛି ଯାହାକି ବଦାଙ୍ଗି,ବଗାଡି,ଆଡିମାହା ଭଳି ଅନେକ ଗ୍ରାମକୁ ରାସ୍ତାଘାଟନାହିଁ ଏହି ରାସ୍ତା ଓ ପୋଲ ଗୁଡାକୁ ବିଜୁସେତୁ ଯୋଜନାରେ ସାମିଲ କରିବାକୁ ସେହି ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଅଭିଯୋଗ ଉପରେ ବି ବିଭାଗୀୟ ଅଧିକାରି ମାନଙ୍କୁ ଗୁରୁତ୍ୱ ଦେବାକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ